SUNSTARTV
Rahu Budh Yuti: ହିନ୍ଦୁ ଧର୍ମରେ ଅନେକ ଶାସ୍ତ୍ର ପୁରାଣ ରହିଛି । ଏମାନଙ୍କ ମଧ୍ୟରୁ ଜ୍ୟୋତିଷ ଶାସ୍ତ୍ର ହେଉଛି ସମ୍ପୂର୍ଣ୍ଣ ଭିନ୍ନ । କାରଣ ଏହି ଶାସ୍ତ୍ର ସାହାଯ୍ୟରେ ଜ୍ୟୋତିଷ ବିଶାରଦମାନେ ଗ୍ରହ ନକ୍ଷତ୍ରଙ୍କ ଗଣନା ଠାରୁ ଆରମ୍ଭ କରି ଜଣେ ବ୍ୟକ୍ତିର ଭାଗ୍ୟ ଭବିଷ୍ୟ ବିଷୟରେ ଅନେକ କିଛି କଥା ଜାଣିପାରନ୍ତି । ଏଥିସହିତ କେଉଁ ଗ୍ରହ କେଉଁ ସମୟରେ ସେମାନଙ୍କ ସ୍ଥାନ ପରିବର୍ତ୍ତନ କରିବେ ତାହା ମଧ୍ୟ ଏହି ଜ୍ୟୋତିଷଶାସ୍ତ୍ର ମାଧ୍ୟମରେ ହିଁ ଜଣାପଡେ । ତେବେ ଜ୍ୟୋତିା ଶାସ୍ତ୍ର ମତରେ ପୂର୍ବରୁ ଅନେକ ଗ୍ରହ ସେମାନଙ୍କ ରାଶି ପରିବର୍ତ୍ତନ କରିଥିବା ବେଳେ ବର୍ତ୍ତମାନ ବୁଧ ମଧ୍ୟ ଆସନ୍ତା ୭ ତାରିଖରେ ରାଶି ପରିବର୍ତ୍ତନ କରି ମୀନ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି । ଫଳରେ ମୀନ ରାଶିରେ ରାହୁ ଏବଂ ବୁଧ ଏକ ମହା ସଂଯୋଗ କରିବାକୁ ଯାଉଛନ୍ତି । ଯାହାକି ଦୀର୍ଘ ୧୮ ବର୍ଷପରେ ଏହି ସଂଯୋଗ ଦେଖିବାକୁ ମିଳିବ ।
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରାହୁ ଏବଂ ବୁଧ ଏହି ଦୁଇ ଗ୍ରହ ମଧ୍ୟରେ ସଂଯୋଗ ୨୦୦୬ ମସିହାରେ ଦେଖିବାକୁ ମିଳିଥିଲା । ଏହାପରେ ୨୦୨୪ ମାର୍ଚ୍ଚ ୭ ତାରିଖରେ ଏହି ମହାନ ସଂଯୋଗ ଘଟିବାକୁ ଯାଉଛି । ବୁଧଙ୍କୁ ଶୁଭ ଗ୍ରହ ଭାବରେ ଜଣାଯାଇଥାଏ । ଯିଏକି ବୁଦ୍ଧି, ଚାକୀରୀ, ବ୍ୟବସାୟ ବିକାଶ ଆଦିର କାରକ ହୋଇଥାନ୍ତି । ଅନ୍ୟପକ୍ଷେ ଜ୍ୟୋତିଷ ଶାସ୍ତ୍ରରେ ରାହୁ ଗ୍ରହଙ୍କୁ ରାଜନୀତିର କାରକ ବୋଲି ବିବେଚନା କରାଯାଏ । ଫଳରେ ଏହି ଦୁଇ ଗ୍ରହଙ୍କ ମିଳନ ସମସ୍ତ ୧୨ଟି ରାଶି ଉପରେ କିଛି ନା କିଛି ପ୍ରଭାବ ପକାଇବ । କିନ୍ତୁ ଖାସ କରି ୫ଟି ରାଶି ଉପରେ ଏହା ଅଧିକ ପ୍ରଭାବ ପକାଇବ । ଯାହା ଫଳରେ ସେହି ରାଶିର ବ୍ୟକ୍ତିମାନେ ସେମାନଙ୍କ ଜୀବନରେ ଅନେକ ସଫଳତା ପାଇବା ସହ ଧନ ପ୍ରାପ୍ତିର ମଧ୍ୟ ଯୋଗ ରହିଛି । ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ୫ଟି ରାଶି ବିଷୟରେ ।
ବୃଷ: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମୀନ ରାଶିରେ ରାହୁ ଏବଂ ବୁଧଙ୍କ ସଂଯୋଗ ବୃଷ ରାଶିର ବ୍ୟକ୍ତିଙ୍କୁ ଅନେକ ଶୁଭ ଫଳ ପ୍ରଦାନ କରିବ । ଫଳରେ ଏହି ରାଶିର ବ୍ୟକ୍ତିମାନେ ସେମାନଙ୍କ କ୍ୟାରିୟରରେ ସଫଳତା ପାଇବା ସହ ଆର୍ଥିକ କ୍ଷେତ୍ରରେ ମଧ୍ୟ ବୃଦ୍ଧି ଘଟିବ । ନିବେଶ କରିବା ପାଇଁ ଏହି ସମୟ ଅନ୍ୟନ୍ତ ଶୁଭ ଦାୟକ ହୋଇପାରେ । ଏହା ବ୍ୟତୀତ ପାରିବାରରେ ସମସ୍ତଙ୍କ ମଧ୍ୟରେ ଭଲ ପାଇବା ବଢିବ ।
କର୍କଟ: ଶାସ୍ତ୍ର ମତରେ ରାହୁ ଓ ବୁଧଙ୍କ ସଂଯୋଗ କର୍କଟ ରାଶିର ବ୍ୟକ୍ତିମାନଙ୍କୁ ପାଇଁ ଶୁଭ ଦାୟକ ହେବ । ଫଳରେ ଦୀର୍ଘ ଦିନ ହେବ ଅଟକି ରହିଥିବା କାମ ପୁରଣ ହେବ । ଏଥିସହିତ ଯେଉଁ ବିଦ୍ୟାର୍ଥୀମାନେ ବିଦେଶରେ ପଢିବାର ଯୋଜନା କରୁଛନ୍ତି ସେମାନଙ୍କ ସ୍ୱପ୍ନ ପୁରଣ ହୋଇପାରେ । ଜୀବନସାଥୀଙ୍କ ଦ୍ୱାରା ଦିଆଯାଇଥିବା ଉପଦେଶକୁ ଗ୍ରହଣ କଲେ ଏହା ଅନେକ ଲାଭ ଦାୟକ ହେବ ।
ସିଂହ: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସିଂହ ରାଶିର ବ୍ୟକ୍ତିମାନେ ନୂଆ ନୂଆ ଯୋଜନା କରିପାରନ୍ତି । ଏଥିସହିତ ସେମାନଙ୍କର ଆର୍ତିକ କ୍ଷେତ୍ରରେ ମଧ୍ୟ ଅଭିବୃଦ୍ଧି ଘଟିବାର ଯୋଗ ରହିଛି । ଫଳରେ ସମସ୍ତ ପୁରୁଣା ଋଣରୁ ଏହି ରାଶିର ବ୍ୟକ୍ତିମାନେ ମୁକ୍ତି ପାଇବେ । ଏହି ରାଶିର ବ୍ୟକ୍ତିମାନଙ୍କ ନିକଟରେ ନୂତନ ଉର୍ଜା ଏବଂ ଆତ୍ମବଶ୍ୱାସ ବଢିବ । ଏହି ସମୟରେ ବିବାହର ଯୋଗ ରହିଛି ।
ବିଚ୍ଛା: ଜ୍ୟୋତିଷ ଶାସ୍ତ୍ର ମତରେ ଆସନ୍ତା ମାସ ବିଚ୍ଛା ରାଶିର ବ୍ୟକ୍ତିମାନଙ୍କର ସମସ୍ତ ମନୋକାମନା ପୂରଣ ହେବ । ସେହିପରି ସନ୍ତାନମାନଙ୍କ ତରଫରୁ କିଛି ଶୁଭ ସମାଚର ମିଳିବାର ସମ୍ଭାବନା ରହିଛି ।
ମୀନ: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଦୀର୍ଘ ୧୮ ବର୍ଷ ପରେ ମୀନ ରାଶିରେ ବୁଧ ଗ୍ରହ ପ୍ରବେଶ କରିବେ । ଫଳରେ ଏହି ରାଶିର ବ୍ୟକ୍ତିମାନଙ୍କ ଆଗାମି ସମୟ ଅଧିକ ଲାଭଦାୟକ ହେବ । ଏହି ସମୟରେ ମୀନ ରାଶିର ବ୍ୟକ୍ତିମାନଙ୍କ ସମାଜରେ ମାନସମ୍ମାନ ବଢିବା ସହ କ୍ୟାରିୟରରେ ସଫଳତା ମିଳିବ । ଏଥିସହିତ ପୁରୁଣା ଶତ୍ରୁଙ୍କ ବିନାଶ ହେବ ।