SunstarTV
ତାତିରୁ ମିଳିଲା ଶାନ୍ତି । ଆଜି ସକାଳୁ ସକାଳୁ ରାଜ୍ୟରେ ଆରମ୍ଭ ହୋଇ ଯାଇଛି ବର୍ଷା । ହାଲୁକା ବର୍ଷା ସହ ଶୀତୁଆ ପବନ ଦେହକୁ ଥରେଇ ଦେଉଛି । ରାଜଧାନୀ ଭୁବନେଶ୍ବର ରାଜ୍ୟର ଅନେକ ସ୍ଥାନରେ ସକାଳୁ ବର୍ଷା ହେଇଥିବାର ସୂଚନା ମିଳିଛି ।
ବର୍ଷା ହେବାରୁ ରାଜଧାନୀରେ କୋହଲା ପାଗ ଏବେ ଯାଏ ଜାରି ରହିଛି । ପାଣିପାଗ ବିଭାଗ ତରଫରୁ ଯାହା ସୂଚନା ମିଳିଥିଲା ଆଜିଠୁ ରାଜ୍ୟର ଅନେକ ଅଞ୍ଚଳରେ ବର୍ଷାର ସମ୍ଭାବନା ରହିଛି । କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ପାଣିପାଗ ବିଭାଗ ମିଳିଥିବା ସୂଚନା ଅନୁସାରେ ଓଡିଶାର ୬ ଜିଲ୍ଲାରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏଥି ମଧ୍ୟ ରୁ ୬ ଜିଲ୍ଲା ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର, ମୟୁରଭଞ୍ଜ , ବୌଦ୍ଧ, କନ୍ଧମାଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପୂର୍ବନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।ସେହିପରି ୧୩ ଜିଲ୍ଲାରେ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି ।
୧୩ ଜିଲ୍ଲା ମଧ୍ୟ ରେ ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ମୟୁରଭଂଜ, କେନ୍ଦୁଝର, ଅନୁଗୁଳ, ଢେ଼ଙ୍କାନାଳ, ପୁରୀ, ଖୋର୍ଦ୍ଧା, ନୟାଗଡ଼ରେ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି ।ଆସନ୍ତା ୪ ଦିନ ଯାଏ ଦିନର ତାପମାତ୍ରାରେ ଆଉ ବିଶେଷ ବୃଦ୍ଧି ପାଇବ ନାହିଁ। ତାତି ରୁ ଲୋକଙ୍କୁ ମିଳିବ ମୁକ୍ତି । ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ରାଜ୍ୟର କିଛି ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବ । ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ପାଗରେ ପରିବର୍ତ୍ତନ କାରଣରୁ ତାପମାତ୍ରା ହ୍ରାସ ପାଇବ ।ସେପଟେ ତାତି ବଢୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଆଗୁଆ ସତର୍କତା ଜାରି କରିଛନ୍ତି ଏସଆରସି । ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବାକୁ କୁହାଯାଇଛି । ଅଂଶୁଘାତ ପାଇଁ ଆଗୁଆ ପଦକ୍ଷେପ ନେବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି।ଦକ୍ଷିଣ ଛତିଶଗଡ଼ ଓ ତାର ପାର୍ଶ୍ଵବର୍ତ୍ତୀ ଅରେ ଏକ ଘୂର୍ଣ୍ଣିବଳୟ ରହିଛି, ଏହାର ପ୍ରଭାବରେ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ।
ସେପଟେ ଦିଲ୍ଲୀରେ ମଧ୍ୟ ପାଗ ପରିବର୍ତ୍ତନ ହେବ ।ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଝାଡଖଣ୍ଡ, ପଶ୍ଚିମବଙ୍ଗ, ସିକ୍କିମ ଓ ଓଡ଼ିଶାରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଫଳରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଆସିବ ।୨୪ ତାରିଖରୁ ୨୭ ଯାଏଁ ଏଭଳି ବର୍ଷା ଲାଗି ରହିବ । ସେପଟେ ଜାମ୍ମୁ କାଶ୍ମୀର, ଅରୁଣାଚଳ ପ୍ରଦେଶ ସମେତ ଆଉ କିଛି ସ୍ଥାନରେ ତୁଷାରପାତ ଅଧିକ ହେବ । ଆନ୍ଧ୍ର ପ୍ରଦେଶରେ ହାଲକା ବର୍ଷା ହେବାର ସମ୍ଭାବନା ରହିଛି ।