Sunstar TV
ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ଏହାକୁ ନେଇ ସରଗରମ ରହିଛି ରାଜ୍ୟ ରାଜନିତି । ବିଭିନ୍ନ ଦଳର ନେତାମାନେ ସେମାନଙ୍କ ପ୍ରଚାର ପାଇଁ ପ୍ରସୁତ ହୋଇସାରିଲେଣି । କେବଳ ଏବେ ଅପେକ୍ଷା କେବେ ନିର୍ବାଚନ ତାରିଖ ଘୋଣଷା ହେବ । ଏହାପରେ ଚାଲିବ ପ୍ରଚାର ପ୍ରସାର । ବିଭିନ୍ନ ସ୍ଥାନରେ ଲାଗିବ ପୋଷ୍ଟର, ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ କାନ୍ଥରେ ଲେଖାଯିବ ଦଳୀୟ ଚିହ୍ନ ସହ ପ୍ରାର୍ଥୀଙ୍କ ନାମ । କିନ୍ତୁ ଏହି ନର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ରାଜ୍ୟ ସରକାର ଆଉ ଏକ ବଡ ଘୋଷଣା କରିଛନ୍ତି । ଏହା କୌଣସି ପ୍ରକଳ୍ପ ଉଦ୍ଘାଟନ ର ଘୋଷଣା ନୁହେଁ କିମ୍ବା କୌଣସି ଭତ୍ତା ବା ପେନସନ ବଢାଇବାର ଘୋଷଣା ନୁହେଁ । ବରଂ ଏହା ରାଜନୈତିକ ପୋଷ୍ଟରକୁ ନେଇ ଘୋଷଣା ହୋଇଛି ।
ତେବେ ମିଳିଥିବା ସୂଚନା ଅନୁଯାୟୀ, ରାଜଧାନୀ ଭୁବନେଶ୍ୱରରୁ ହଟିବ ରାଜନୌତିକ ପୋଷ୍ଟର । କେବଳ ଯେ ପୋଷ୍ଟର ହଟିବ ତାହା ନୁହେଁ, କାନ୍ଥରେ ଲେଖାଯାଇଥିବା ରଜନୈତିକ ଦଳର ଚିହ୍ନ ମଧ୍ୟ ଲିଭାଯିବ । ଏନେଇ ପ୍ରସ୍ତୁତି କରିଛି ଭୁବନେଶ୍ୱର ମହାନଗର ନିଗମ (ବିଏମସି)। ତେବେ ନିର୍ବାଚନ ଆୟୋଗଙ୍କ ଗାଇଡ୍ ଲାଇନ୍ ଆଧାରରେ ଏହି କାମ କରାଯିବ ବୋଲି ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି । ଏନେଇ ସମସ୍ତ ରାଜନୈତିକ ଦଳ ଅବଗତ ଥିବା ଜଣାପଡିଛି । ତେବେ ନିର୍ବାଚନ ଆୟୋଗଙ୍କ ଚିଠି ଆଧାରରେ ଏହି ପୋଷ୍ଟର ହଟା କାମ କରାଯିବ। ତେଣୁ ଖୁବଶୀଘ୍ର ଭୁବନେଶ୍ୱରର ବିଭିନ୍ନ କାନ୍ଥ ଓ ପାଚେରୀରେ ଲେଖାଯାଇଥିବା ରାଜନୈତିକ ଲେଖା, ପୋଷ୍ଟର ଓ ବ୍ୟାନର ହଟାଯିବ। ଏହା ବ୍ୟତୀତ କାନ୍ଥ, ଗଛ ଓ ଖୁଣ୍ଟରେ ପୋଷ୍ଟର ଲଗାଇବା ଉପରେ ମଧ୍ୟ କଟକଣା ଲଗାଯାଇଛି।
ସୂଚନାରୁ ପ୍ରାପ୍ତ ଯେ, ପୂର୍ବରୁ ଏହି ପୋଷ୍ଟରକୁ ନେଇ ଭୁବନେଶ୍ୱରରେ ରାଜନୈତିକ ବିବାଦ ଉପୁଜିଥିବା ବେଳେ ସାଂସଦ ଅପରାଜିତାଙ୍କ ଲେଖା ଲିଭାଇ ଅଡୁଆରେ ପଡିଥିଲା ବିଏମସି । କାନ୍ଥରେ ପୋଷ୍ଟର ଲଗାଇବା କାର୍ଯ୍ୟ ପାଇଁ ବିଏମସି ପ୍ରାୟ ୧୦ ଲକ୍ଷ ଟଙ୍କା ଜରିମାନା ଆଦାୟ କରି ସାରିଛି । ଏହା ସହ ୩୦ରୁ ଅଧିକ ଅନୁଷ୍ଠାନ ଓ ବ୍ୟକ୍ତିଙ୍କ ନାମରେ ଥାନାରେ ଏତଲା ଦିଆଯାଇଥିବା ଜଣାପଡିଛି।