sunstartv : ସାଧାରଣ ନିର୍ବାଚନ ଯେତେ ଯେତେ ପାଖେଇ ଆସୁଛି ,ରାଜନୈତିକ ପାଣିପାଗ ସେତେ ସରଗରମ ହେଉଛି । ସବୁଠି ଆସନ୍ତା ନିର୍ବାଚନକୁ ନେଇ ଚାଲିଛି ଚର୍ଚ୍ଚା | ଏହାରି ଭିତରେ କଂଗ୍ରେସ ଦଳକୁ ଏକ ଶକ୍ତ ଝଟକ ଲାଗିଛି | ଏହି ଝଟକା ଆଉ କେହି ନୁହେ ବରଂ ଆୟକର ବିଭାଗ ଦେଇଛି । କଂଗ୍ରେସ ବ୍ୟାଙ୍କ ଆକାଉଣ୍ଟରୁ ଆୟକର ବିଭାଗ ୬୫ କୋଟି ଟଙ୍କା ଆଦାୟ କରିଛି । ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ଜୋର ଧରିଛି ।
ମିଳିଥିବା ସୂଚନା ଅନୁଯାଇ ଆୟକର ବିଭାଗ କଂଗ୍ରେସ ବ୍ୟାଙ୍କ ଆକାଉଣ୍ଟରୁ ୧୧୫ କୋଟି ଟଙ୍କାର ମୋଟ ବକେୟା କର ବାବଦେ ୬୫ କୋଟି ଟଙ୍କା ଆଦାୟ କରିଛି। ଯାହାକୁ ନେଇ ବିଭାଗଙ୍କ ଅସୁଲି ବିରୋଧରେ କଂଗ୍ରେସ ପାର୍ଟି ଆୟକର ଆପିଲିୟ ନ୍ୟାୟାଧିକରଣ (ଆଇଟିଏଟି)ରେ ପୁଣି ଥରେ ଅଭିଯୋଗ ଦାଖଲ କରିଛି। ଏଥିରେ କଂଗ୍ରେସ ଅଭିଯୋଗ କରିଛି ଯେ ଆୟକର ବିଭାଗ ପୀଠଙ୍କ ଶୁଣାଣିକୁ ଅପେକ୍ଷା ନ କରି ବ୍ୟାଙ୍କ ଆକାଉଣ୍ଟରେ ଥିବା ଶେଷ ରାଶିରୁ ଟ୍ୟାକ୍ସ ଆଦାୟ କରିଛି।
କଂଗ୍ରେସ ଅପିଲ କରିଥିଲା ଯେ ରହିତାଦେସ ଆବେଦନର ସମାଧାନ ପର୍ଯ୍ୟନ୍ତ ବିଭାଗ ଆଗାମୀ ପଦକ୍ଷେପ ନ ନେଉ। କଂଗ୍ରେସ କୋଷାଧ୍ୟକ୍ଷ ଅଜୟ ମାକନ କହିଛନ୍ତି ଯେ ଯାଞ୍ଚ ଏଜେନ୍ସୀ ଅନିୟନ୍ତ୍ରିତ ହେଲେ ଦେଶରେ ଗଣତନ୍ତ୍ର ସମାପ୍ତ ହୋଇଯିବ। ତେବେ କଂଗ୍ରେସର ନ୍ୟାୟପାଳିକା ଉପରେ ସମ୍ପୂର୍ଣ୍ଣ ଭରସା ଥିବା ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆପିଲେଟ୍ ଅଧିକାରୀଙ୍କ ଦ୍ୱାରା ମାମଲାର ଶୁଣାଣି ସତ୍ତ୍ୱେ ଆୟକର ବିଭାଗ କଂଗ୍ରେସ ଓ ଭାରତୀୟ ଯୁବ କଂଗ୍ରେସର ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରୁ ୬୫ କୋଟି ଟଙ୍କା ବାହାର କରିବାକୁ ଲେଖିଥିଲେ। ତେବେ କଂଗ୍ରେସ ତାଙ୍କ ବ୍ୟାଙ୍କରଙ୍କୁ ପତ୍ର ଲେଖି ପଇସା ନ ବାହାର କରିବା ପାଇଁ ନିବେଦନ କରିଥିଲା। କିନ୍ତୁ ସବୁ ପରେ ମଧ୍ୟ ଆୟକର ବିଭାଗଙ୍କ ଏଭଳି କାର୍ଯ୍ୟାନୁଷ୍ଠାନକୁ ନେଇ କଂଗ୍ରେସ ମାକନ ଏକ୍ସରେ ଏକ ପୋଷ୍ଟ କରି ଉଦବେଗ ପ୍ରକାଶ କରିଛନ୍ତି।