Sunstar Tv
ବିବାହ ଲିଷ୍ଟ ରେ ସାମିଲ ହେଲା ଆଉ ଏକ ନା। ବହୁ ଦିନର ଡେ଼ଟିଙ୍ଗ ପରେ ଏବେ ସାତ ଜନ୍ମର ସାଥୀ ହେଲେ ଏହି ଷ୍ଟାର ଯୋଡି। ବଲିଉଡ ଅଭିନେତ୍ରୀ ରାକୁଲ ପ୍ରୀତ ସିଂ ଏବଂ ଜ୍ୟାକି ଭଗ୍ନାନୀ ଆଜି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେମାନଙ୍କ ବିବାହର ସୁନ୍ଦର ଚିତ୍ର ସାମ୍ନାକୁ ଆସିଛି । ରାକୁଲ ଏକ ପିଚ ରଙ୍ଗର ଲେହେଙ୍ଗା ପିନ୍ଧିଛନ୍ତି ଏବଂ ତାଙ୍କ ସ୍ୱାମୀ ଜ୍ୟାକି ମେଳ ଖାଉଥିବା ଶେରୱାନି ପିନ୍ଧିଛନ୍ତି। ଯେଉଁଥିରେ ଏହି ଦମ୍ପତି ବହୁତ ସୁନ୍ଦର ଦେଖାଯାଉଛନ୍ତି । ପରିବାର ଏବଂ ଘନିଷ୍ଠ ବନ୍ଧୁଙ୍କ ମଧ୍ୟରେ ଗୋଆରେ ଏହି ଦମ୍ପତି ବିବାହ କରିଥିଲେ, ଯାହା ଏକ ବ୍ୟକ୍ତିଗତ ବିବାହ ଥିଲା ।
ଆପଣଙ୍କୁ କହି ରଖିବୁ ଯେ ଆଜିର ଏହି ବିବାହ ସେରିମନିରେ ଶିଳ୍ପା ଶେଟ୍ଟୀଙ୍କ ସମେତ କିଛି ବଲିଉଡ ତାରକା ଯୋଗ ଦେଇଥିଲେ। ଗୋଆ ବିମାନବନ୍ଦରରେ ଅର୍ଜୁନ କପୁର, ଶିଳ୍ପା ଶେଟ୍ଟୀ, ରାଜ କୁନ୍ଦ୍ରା, ବରୁଣ ଧାୱନଙ୍କ ପିତାମାତାଙ୍କ ସମେତ ଅନେକ ସେଲିବ୍ରେଟଙ୍କୁ ଦେଖିବାକୁ ମିଳିଥିଲା।
ରାକୁଲ ପ୍ରୀତ ସିଂ-ଜ୍ୟାକି ଭଗ୍ନାନୀଙ୍କ ହଲଦୀ ସମାରୋହର କିଛି ସୁନ୍ଦର ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ହଲଦୀ ସମାରୋହରେ ଏହି ଦମ୍ପତିଙ୍କ ପିତାମାତାଙ୍କର ଏକ ଭିନ୍ନ ସ୍ବାଗରେ ଦେଖିବାକୁ ମିଳିଥିଲା । ଏହି ଦମ୍ପତିଙ୍କ ବିବାହ ସମ୍ବନ୍ଧରେ ନୂତନ ଅପଡେଟ ଗୁଡ଼ିକ କ୍ରମାଗତ ଭାବରେ ବାହାରକୁ ଆସୁଛି ।
ସୂଚନା ଥାଉକି, ଦୀର୍ଘ ବର୍ଷ ହେବ ଅଭିନେତା ତଥା ପ୍ରଯୋଜକ ଜ୍ୟାକି ଙ୍କୁ ଡେଟ୍ କରୁଥିବା ବେଳେ ପରେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ପ୍ରେମୀଯୁଗଳ ବିଦେଶରେ ବିବାହ କରିବେ ବୋଲି ଆଗରୁ ଶୁଣାଯାଉଥିଲା, କିନ୍ତୁ ଶେଷ ମୁହୂର୍ତ୍ତରେ ନିଷ୍ପତ୍ତି ପରିବର୍ତ୍ତନ ହୋଇଥିଲା। ଉଭୟଙ୍କ ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ସେୟାର ହେଉଥିବା ବେଳେ ପ୍ରଶଂସକ ମାନେ ମଧ୍ୟ ବେଶ ଖୁସି ଅଛନ୍ତି । ଏହି ଷ୍ଟାର ଦମ୍ପତ୍ତିଙ୍କୁ ସବୁ ଅଭିନେତା ମାନେ ଖୁବ ଅଭିନନ୍ଦନ ମଧ୍ୟ ଜଣାଉଛନ୍ତି ।