ଆସନ୍ତା ୨୨ ତାରିଖ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ନବରଙ୍ଗପୁର, ବ୍ରହ୍ମପୁର ଏବଂ ବାରିପଦାରେ ବିଜେପିର ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ।
୨୨ ତାରିଖ ପୂର୍ବାହ୍ନ ୧୦ଟା ୫୦ରେ ଛତିଶଗଡ଼ ବସ୍ତର ଜିଲ୍ଲା ଜଗଦଲପୁର ଏୟାରପୋର୍ଟରୁ ସ୍ଵତନ୍ତ୍ର ହେଲିକପ୍ଟର ଯୋଗେ ନବରଙ୍ଗପୁରରେ ପହଞ୍ଚିବେ ରାଜନାଥ ।
୧୧ଟାରୁ ୧୨ଟା ପର୍ଯ୍ୟନ୍ତ ବିଜେପି କୋର୍ କମିଟି ବୈଠକରେ କେନ୍ଦ୍ର ମନ୍ତ୍ରୀ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ।
ଏହାପରେ ପୁଣି ଜଗଦଲପୁର ଏୟାରପୋର୍ଟ ଯାଇ ସେଠାରୁ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ବ୍ରହ୍ମପୁର ଅଭିମୁଖେ ବାହାରିବ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ । ଦିନ ୧ଟା ୩୦ରେ ବ୍ରହ୍ମପୁର ରଙ୍ଗେଇଲୁଣ୍ଡା ଏୟାର ଷ୍ଟ୍ରିପରେ ପହଞ୍ଚିବେ ରାଜନାଥ ସିଂହ। ୧ଟା ୪୫ରୁ ୨ଟା ୪୫ ପର୍ଯ୍ୟନ୍ତ ବ୍ରହ୍ମପୁରରେ ବିଜେପି କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗଦେବେ ।
ଏହାପରେ ଅପରାହ୍ନ ୩ଟାରେ ରଙ୍ଗେଇଲୁଣ୍ଡା ଏୟାର ଷ୍ଟ୍ରିପରୁ ସ୍ଵତନ୍ତ୍ର ହେଲିକପ୍ଟର ମାଧ୍ୟମରେ ମୟୂରଭଞ୍ଜ ଅଭିମୁଖେ ବାହାରିବ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ।
ଅପରାହ୍ନ ୩ଟା ୩୦ରେ ମୟୂରଭଞ୍ଜ ଜିଲ୍ଲା ଅମର୍ଦା ଏୟାର ଷ୍ଟ୍ରିପରେ ପହଞ୍ଚିବେ ରାଜନାଥ । ଅପରାହ୍ନ ୪ଟାରୁ ୫ଟା ପର୍ଯ୍ୟନ୍ତ ବିଜେପିର କୋର୍ କମିଟି ବୈଠକରେ ଯୋଗ ଦେବେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ।
୫ଟା ୩୦ରେ ମୟୂରଭଞ୍ଜ ଜିଲ୍ଲା ଅମର୍ଦା ଏୟାର ଷ୍ଟ୍ରିପରୁ ସ୍ଵତନ୍ତ୍ର ହେଲିକପ୍ଟର ଯୋଗେ ଦିଲ୍ଲୀ ଫେରିଯିବେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।