ଅପେକ୍ଷାର ହେଲା ଅନ୍ତ । ଇଣ୍ଡିଆନ ପ୍ରିୟମର ଲିଗର ୧୭ତମ ସଂସ୍କରଣ ଆସନ୍ତା ମାର୍ଚ୍ଚ ୨୨ରୁ ଆରମ୍ଭ ହେବ । ଟୁର୍ଣ୍ଣାମେଣ୍ଟର ଅଧ୍ୟକ୍ଷ ଅରୁଣ ଧମାଲ ଏ ବିଷୟରେ ସୂଚନା ଦେଇଛନ୍ତି । ଚଳିତ ବର୍ଷ ନିର୍ବାଚନ ଥିବା ବେଳେ ଆଇପିଏଲ ର ସମସ୍ତ ମ୍ୟାଚ ଭାରତରେ ଖେଳା ଯିବ ବୋଲି ଜଣାପଡିଛି । ତେବେ ଆଗାମୀ ନିର୍ବାଚନ ପାଇଁ ଆଇପିଏଲର କାର୍ଯ୍ୟସୂଚୀ ଏଯାଏଁ ଘୋଷଣା କରାଯାଇ ନାହିଁ । ନିର୍ବାଚନ ତାରିଖ ଘୋଷଣା ପରେ ସେହି ଅନୁସାରେ ମ୍ୟାଚର କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯିବ । ଟୁର୍ଣ୍ଣାମେଣ୍ଟର ଅଧ୍ୟକ୍ଷ ଅରୁଣ ଧମାଲ କହିଛନ୍ତି ଯେ ୧୫ ଦିନ ପାଇଁ ମ୍ୟାଚର କାର୍ଯ୍ୟସୂଚୀ ଘୋଷଣା କରାଯିବ । ବାକି ନିର୍ବାଚନ ତାରିଖ ଘୋଷଣା ହେବା ପରେ ମ୍ୟାଚ କାର୍ଯ୍ୟ ସୂଚୀ ଜାରୀ କରାଯିବ । ସେ କହିଛନ୍ତି, “ମାର୍ଚ୍ଚ ୨୨ରୁ ଆଇପିଏଲ ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏ ସମ୍ପକର୍ରେ ସରକାରଙ୍କ ସହ ଆଲୋଚନା କରୁଛୁ । ପ୍ରଥମେ ପ୍ରାରମ୍ଭିକ ମ୍ୟାଚଗୁଡିକର ସୂଚୀ ଜାରି କରିବୁ ।
ପରବର୍ତ୍ତୀ ସମୟରେ ବାକି ରହିଥିବା ମ୍ୟାଚଗୁଡ଼ିକ ପାଇଁ ତାରିଖ ଘୋଷଣା କରାଯିବ । ଚଳିତ ବର୍ଷ ନିର୍ବାଚନ ହେବାକୁ ଥେôଲ ମଧ୍ୟ ପୂରା ଆଇପିଏଲ ଭାରତରେ ହିଁ ଅନୁଷ୍ଠିତ ହେବ । ଲାକସଭା ନିର୍ବାଚନ ପାଇଁ ଆସନ୍ତାମାସ ତାରିଖ ଘୋଷଣା ହୋଇପାରେ । ଏହାପରେ ବାକି ମ୍ୟାଚ୍ଗୁଡ଼ିକର ତାରିଖ ଘୋଷଣା କରାଯିବ ।” ମାର୍ଚ୍ଚ ୨୨ରୁ ଆଇପିଏଲ ଆରମ୍ଭ ହେଉଥିବା ବେଳେ ମେ’ ୨୬ରେ ଫାଇନାଲ ମ୍ୟାଚ୍ ଖେଳାଯିବ ।