ଚାନ୍ଦବାଲି: ଓଡିଶାବାସୀଙ୍କ ପାଇଁ ରାଜ୍ୟସରକାର ଅନେକ ସମୟରେ ବିଭିନ୍ନ ପ୍ରକାର ଯୋଜନାମାନ କାର୍ଯ୍ୟକାରୀ କରିିଛନ୍ତି । ଜନ୍ମିତ ଶିଶୁ ଠାରୁ ଆରମ୍ଭ କରି ବୃଦ୍ଧ ବୃଦ୍ଧା ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ କିଛି ନା କିଛି ଯୋଜନା କାର୍ଯ୍ୟକାରୀ ହୋଇିଛି । କିନ୍ତୁ ଅଧିକାଂଶ ସମୟରେ କିଛି ଖଳ ପ୍ରବୃତ୍ତିର ବ୍ୟକ୍ତିମାନଙ୍କ ପାଇଁ ଏହି ଯୋଜନାମାନ ପ୍ରକୃତ ହିତାଧୀକାରୀଙ୍କ ନିକଟରେ ପହଞ୍ଚି ପାରୁନାହିଁ । ତେଣୁ ଏହି ସମସ୍ୟାର ସମାଧାନ ପାଇଁ ରାଜ୍ୟସରକାରଙ୍କ ପକ୍ଷରୁ ପ୍ରତ୍ୟେକ ପଞ୍ଚାୟତରେ ବିଭନ୍ନ ସମୟରେ ସଚେତନା କର୍ଯ୍ୟକ୍ରମ ହୋଇଥାଏ । ଫଳରେ ସାଧାରଣ ଜନତା ସରକାରଙ୍କ ବିକାଶମୂଳକ ଯୋଜନା ବିଷୟରେ ଅବଗତ ହୋଇଥାନ୍ତି । ପୂର୍ବରୁ ରାଜ୍ୟର ବିଭିନ୍ନ ଜିଲ୍ଲା ଏବଂ ପଞ୍ଚାୟତରେ ଏହି ସଚେତନତା କାର୍ଯ୍ୟକ୍ରମ ହୋଇସରିଥିବା ବେଳେ ଆଜି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ୩୬ ଟି ପଞ୍ଚାୟତରେ ଏହି ପଞ୍ଚାୟତସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଶେଷ ହୋଇଛି ।
ଏହି ପଞ୍ଚାୟତ ସ୍ତାରୀୟ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ସ୍ଥାନୀୟ ଅଞ୍ଚଳର ବିକାଶ ସହିତ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାର ସଫଳ ରୂପାୟନର ଗାଥାକୁ ପ୍ରତି ପଞ୍ଚାୟତରେ ବଖାଣିଲେ ବିଧାୟକ ବ୍ୟୋମକେଶ ରାୟ । ଉକ୍ତ ସଚେତନତା କାର୍ଯ୍ୟକ୍ରମ ଜାନୁଆରୀ ୩୦ତାରିଖରୁ ଆରମ୍ଭ ହୋଇଥିବା ବେଳେ ଆଜି ଏହା ଶେଷ ହୋଇଛି । ବ୍ଳକର ସମସ୍ତ ପଞ୍ଚାୟତରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଲୋକ ଯୋଗଦେଇଥିଲେ । ଏଥିସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଡ଼ିଓ ଅସିତ ମହାନ୍ତିଙ୍କ ସମେତ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ , ଜି ଆର ଏସ ପ୍ରମୁଖ ସହଯୋଗ କରିଥିଲେ ।