ବାଲେଶ୍ୱର: ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ବର୍ତ୍ତମାନ ବିଭିନ୍ନ ଦଳର ନେତା ସେମାନଙ୍କ ଦଳକୁ ମଜବୁତ କରିବା ପାଇଁ ରଣନିତୀ ପ୍ରସ୍ତୁତ କରୁଛନ୍ତି । ବିଭନ୍ନ ସ୍ଥାନରେ ରାଲି କରିବା ସହ ଘନ ଘନ ବୈଠକ ଏବଂ ଭୋଟର ମାନଙ୍କୁ ହାତେଇବା ପାଇଁ ପ୍ରୟାସ ଜାରୀ ରଖିଛନ୍ତି । ତେବେ ଏହାରି ମଧ୍ୟରେ ଶାସକ ଦଳକୁ ଏକ ଶକ୍ତ ଝଟକା ଲାଗିଛି । ଆଗକୁ ନିର୍ବାଚନ ଥିବା ବେଳେ ବିଜେଡିର ଜଣେ ପୁରୁଖା ନେତା ବର୍ତ୍ତମାନ ଆ.ଇ.ସି.ୟୁରେ ଭର୍ତ୍ତି ହୋଇଛନ୍ତି ।
ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ଭୋଗରାଇ ବିଧାୟକ ଅନନ୍ତ ଦାସ ଆସୁସ୍ଥ ହୋଇ ପଡିଛନ୍ତି । ବୟସ ଅଧିକ ହେବା କାରଣରୁ କିଛି ଦିନ ହେବ ସେ ସ୍ୱାସ୍ଥ୍ୟଗତ ସମସ୍ୟାର ସାମ୍ନା କରୁଥିଲେ । ଫଳରେ ତାଙ୍କୁ ପ୍ରଥମେ ବାଲେଶ୍ୱର ଫକୀରମୋହନ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ସେ ନିଶ୍ୱାସ ପ୍ରସ୍ୱାସ ନେବାରେ ଅସୁବିଧା ଅନୁଭବ କରିବାକୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଆଧିକ ଗୁରୁତର ହୋଇ ପଡିଛି । ତେଣୁ ବିଧାୟକ ଅନନ୍ତ ଦାସଙ୍କୁ ଆ.ଇ.ସି.ୟୁରେ ଭର୍ତ୍ତି କରାଯାଇଛି । ସେ ବର୍ତ୍ତମାନ ଆ.ଇ.ସି.ୟୁରେ ଚିକିତ୍ସିତ ହେଉଥିବା ଜଣାପଡିଛି । ତାଙ୍କୁ ଦୁଇଜଣ ବରିଷ୍ଠ ଡାକ୍ତ ଚିକିତ୍ସା କରୁଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଦୁଲାଳସେନ୍ ଜଗଦ୍ଦେବ ସୂଚନା ଦେଇଛନ୍ତି । ତେବେ ଏହା ପୂର୍ବରୁ ମଧ୍ୟ ବିଧାୟକ ଅନନ୍ତ ଦାସ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ ।
ପ୍ରକାଶ ଥାଉକି ବିଜେଡିର ବରିଷ୍ଠ ନେତା ଅନନ୍ତ ଦାସ ୨୦୦୪ ମସିହାରୁ ଲଗାତାର ଭାବରେ ଏହି ଆସନରୁ ବିଜୟୀ ହୋଇ ଆସୁଛନ୍ତି । ପୂର୍ବରୁ ସେ ନବୀନ ପଟ୍ଟନାୟକଙ୍କ ସରକାରରେ କ୍ୟାବିନେଟ୍ ମନ୍ତ୍ରୀର ଦାୟିତ୍ୱ ମଧ୍ୟ ସମ୍ଭାଳିଛନ୍ତି । ବିଧାୟକ ଅନନ୍ତ ଦାସ ୨୦୧୯ ନିର୍ବାଚନରେ ୭୯୭୯୬ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥଇଲେ । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଖବର ଶୁଣି ଶାସକ ଦିଳ ଏବଂ ଜନସାଧାରଣ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।