ମୁମ୍ବାଇ: ଅନେକ ସମୟରେ ବିଭିନ୍ନ ସେଲିବ୍ରେଟିମାନେ କୌଣସି ନା କୌଣସି କାରଣକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । କିଏ ତାଙ୍କର ରିଲ ଲାଇଫକୁ ନେଇ ଲାଇମ ଲାଇଟ୍କୁ ଆସିଥାନ୍ତି ତ ଆଉ କିଏ ରିୟଲ ଲାଇଫକୁ ନେଇ ଚର୍ଚ୍ଚାକୁ ଆସନ୍ତି । ପୁଣି କେତେବେଳେ କେଉଁ ସେଲିବ୍ରେଟି ତାଙ୍କ ବ୍ୟବହର ଏବଂ କଥାବାର୍ତ୍ତାକୁ ନେଇ ସମାଲୋଚନା ହଇଥାନ୍ତି । ବର୍ତ୍ତମାନ ସେହିଭଳି ଏକ ଘଟଣାକୁ ନଇ ବଲିଉଡ ଅଭିନେତା ରଣବୀର କପୁର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି । ତାଙ୍କର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଯାହାକୁ ଦେଖି ତାଙ୍କ ପ୍ରଶଂସକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।
ବଲିଉଡ ଅଭିନେତା ରଣବୀର କପୁରଙ୍କ ଫିଲ୍ମ ଆନିମଲ ଏବେବି ଲୋକଙ୍କମନରୁ ଲିଭି ନାହିଁ । ତାଙ୍କର ଅଭିନୟ ଏବଂ ଆକ୍ସନକୁ ଆଜିବି ଲୋକେ ପ୍ରଶଂସା କରୁଛନ୍ତି । ସେ ଯେଉଁ ଇଭେଣ୍ଟକୁ ଯାଉଛନ୍ତି ସେଠାରେ ଆନିମଲ ମୁଭିର ଗୀତ କିମ୍ବା କୌଣସି ଏକ ସିନକୁ ରିକ୍ରିଏସନ କରାଯାଉଛି । କିନ୍ତୁ ବର୍ତ୍ତମାନ ଫିଲ୍ମଫେୟର ଆୱାର୍ଡ ଶୋ ର ଏକ ଅନସିନ ଭିଡିଓ ଖୁବ୍ ଭାଇରଲ ହେଉଛି । ଯେଉଁଥିରେ ନିଜେ ରଣବୀର ତାଙ୍କ ଭିତରେ ଥିବା ଆନିମଲକୁ ସମସ୍ତଙ୍କ ଆଗରେ ଦେଖାଇଛନ୍ତି । ସେ ଗୁଜୁରାଟରେ ହେଉଥିବା ଫିଲ୍ମଫେୟାର ଆୱାର୍ଡ ଶୋ ରେ ଯୋଗ ଦେିଥଇବା ନଜର ଆସିଥିଲେ । ଏହି ସମାରୋହକୁ କରଣ ଜୋହର ଏବଂ ଆୟୁଷ୍ମାନ ଖୁରାନା ଆୟୋଜନ କରିଥିଲେ । ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡିଏରେ ଆୟୁଷ୍ମାନ ଏବଂ କରଣ ଜୋହର ହୋଷ୍ଟ କରୁଥିବା ବେଳେ ସେ ବାରମ୍ବାର ରଣବୀଙ୍କ ନାଁ ନେଇଥିଲେ । କରଣ ରଣବୀରଙ୍କୁ ସମ୍ବୋଧୀତ କରି କହିଛନ୍ତି ରଣବୀର ହିଁ କର ସକତା ହେ, ରଣବୀର ହିଁ କରେଗା, ରଣବୀର କୋ ହିଁ କରନା ଚାହିଏ । ଫଳରେ ରଣବୀର ରାଗିଯାଇ କରଣଙ୍କୁ ପ୍ରତି ଉତ୍ତରରେ କହିଥିଲେ ଯେ “ଶୁନାଇ ଦେ ରହ ହେ ! ବେହେରା ନହିଁ ହୁନ୍ ମେନ୍” । ରଣବୀରଙ୍କ ଏପରି କଥା ଶୁଣି କରଣ ଏବଂ ଆୟିଷ୍ମାନଙ୍କ ସମେତ ସେଠାରେ ଉପସ୍ଥିତ ଥିବା ଅନ୍ୟମାନେ ମଧ୍ୟ ଅଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ । ଯାହର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ।
ତେବେ ସେହି ସମୟରେ ଯଦିଓ ରଣବୀର କପୁର ରାଗିଥିବା ଭଳି ଦେଖାଯାଉଥିଲେ । କିନ୍ତୁ ଏହି ସବୁ କଥା ହେବା ପରେ ଲାଗୁଥିଲା ଯେପରି ଏହା ଏକ ଅଭିନୟ ଏବଂ ସେହି ଆୱାର୍ଡ ଶୋ ର ଏକ ଅଂଶ । ଯାହାକି ସେହି ସୋ ପାଇଁ ପ୍ରସ୍ତୁତ କରାଯାଇଛି ।