Sunstar TV
ଭୁବନେଶ୍ୱର : ଆଦର୍ଶ ବିଦ୍ୟାଳୟ ଶିକ୍ଷକ ସଂଘ, ଓଡିଶା ପକ୍ଷରୁ ଭୁବନେଶ୍ୱର ଲୋୟର ପିଏମଜି ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ଦାବିକୁ କର୍ମଚାରୀ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ତେବେ ଦାବି ଗୁଡିକ ହେଉଛି ; ଚାଲୁଥିବା ଗ୍ରେଡେସନ ତାଲିକାରେ ବିଳମ୍ବ ନକରି ସମସ୍ତ ପ୍ରକାର କର୍ମଚାରୀ ଙ୍କ ପାଇଁ ୟୁନିଫର୍ମ କ୍ୟାଡର ନିୟମ ଲାଗୁ କରିବା। ରାଜ୍ୟ ସରକାରଙ୍କ ପକ୍ଷରୁ ହୋଇଥିବା ସମସ୍ତ ସରକାରୀ ସୁବିଧା ସେମାନଙ୍କ ପାଇଁ ଉପଲବ୍ଧ କରାଇବା ଏବଂ ସମସ୍ତ ଆଦର୍ଶ ବିଦ୍ୟାଳୟକୁ ସରକାରୀ ବିଦ୍ୟାଳୟ ଭାବେ ଘୋଷଣା କରିବା। ଆଦର୍ଶ ବିଦ୍ୟାଳୟ ଗୁଡିକ ସିଧାସଳଖ ଗଣଶିକ୍ଷା ବିଭାଗ ଦ୍ୱାରା ପରିଚାଳିତ ହେବା। ଦୟା ପୂର୍ବକ କ୍ରୀଡା, କମ୍ପ୍ୟୁଟର , ମ୍ୟୁଜିକ ଶିକ୍ଷକଙ୍କ ପାଇଁ ବେତନର ଗ୍ରେଡ଼ ବୃଦ୍ଧି କରେଇବା । ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ପାଇଁ କଲା ବିଭାଗ ଖୋଲିବା। ଏଭଳି ଦାବିକୁ ନେଇ ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥାପନା କରାଯାଇଥିଲା।