ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଅଭିନେତ୍ରୀ ସୁହାନୀ ଭଟନଗରଙ୍କ ୧୯ ବର୍ଷ ବୟସରେ ପରଲୋକ ହୋଇଛି । ଅମୀର ଖାନ୍ଙ୍କ ଚଳଚ୍ଚିତ୍ର ‘ଦଙ୍ଗଲ’ରେ ବବିତା ଫୋଗଟ୍ଙ୍କ ପିଲା ବେଳ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ସୁହାନୀ । ‘ଦଙ୍ଗଲ’ରେ ଅମୀରଙ୍କ ସାନ ଝିଅ ବବିତାଙ୍କ ଭୂମିକା ନିଭାଇଥିଲେ ସୁହାନୀ ।
କିଛି ଦିନ ପୂର୍ବରୁ ସୁହାନୀଙ୍କର ଏକ ଦୁର୍ଘଟଣା ଘଟିଥିଲା, ଫଳତଃ ତାଙ୍କ ଗୋଡ ଭାଙ୍ଗି ଯାଇଥିଲା । ସେହି ସମୟରେ ଚିକିତ୍ସା ପାଇଁ ବ୍ୟବହୃତ ହୋଇଥିବା ଔଷଧଗୁଡ଼ିକ ତାଙ୍କ ଉପରେ ପାର୍ଶ୍ଵ ପ୍ରତିକ୍ରିୟା ଦେଖାଇଥିଲା। ଯାହାଫଳରେ ଧୀରେ ଧୀରେ ତାଙ୍କ ଶରୀରରେ ତରଳ ପଦାର୍ଥ ଜମା ହେବାରେ ଲାଗିଲା। ଏନେଇ ଦିଲ୍ଲୀର ଏମ୍ସ ହସ୍ପିଟାଲ ଦୀର୍ଘ ଦିନ ଧରି ସୁହାନୀଙ୍କର ଚିକିତ୍ସା ଚାଲୁ ରହିଥିଲା । ପରିଶେଷରେ ସେ ଆଜି ଦେହତ୍ୟାଗ କରିଛନ୍ତି । ଆଜି ସୁହାନୀଙ୍କର ଶେଷ ରୀତି ଫରିଦାବାଦର ସେକ୍ଟର -୧୫ ର ଅଜୌରନ୍ଦା ଶ୍ମଶାନରେ କରାଯିବ ବୋଲି ସୂଚନା ମିଳିଛି । ଫ୍ୟାନ୍ସଙ୍କ ପାଇଁ ସେ ଥିଲେ ‘ଦଙ୍ଗଲ୍ ଗାର୍ଲ’ । ଏହି ଅଭିନେତ୍ରୀ ଜଣଙ୍କ ବହୁତ ଛୋଟ ଥିଲେ ଏବଂ ତାଙ୍କ ଦେହାନ୍ତ ହେତୁ ତାଙ୍କ ପିତାମାତାଙ୍କୁ ଗଭୀର ଭାବେ ଆଘାତ ଲାଗିିଛି।