କ୍ୟାନସର୍ ଟିକାକୁ ନେଇ ବଡ ଘୋଷଣା କରିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। କର୍କଟ ଟିକା ତିଆରି କରିବାରେ ଋଷ ଖୁବ୍ ନିକଟତର ବୋଲି କହିଛନ୍ତି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ।
ପୁଟିନ କହିଛନ୍ତି ଯେ, ଋଷ ବୈଜ୍ଞାନିକ ମାନେ କର୍କଟ ରୋଗ ପାଇଁ ଟିକା ତିଆରି କରିବାର ଖୁବ ନିକଟତର ହୋଇଯାଇଛନ୍ତି । ଖୁବ ଶୀଘ୍ର କର୍କଟ ରୋଗୀଙ୍କ ପାଇଁ ଟିକା ଉପଲବ୍ଧ ହୋଇପାରେ।
ପୁଟିନ ଏହା ମଧ୍ୟ କହିଛନ୍ତି ଯେ, ଋଷ କର୍କଟ ଟିକା ଏବଂ ନୂଆ ପିଢିର ଇମ୍ୟୁନୋମୋଡ୍ୟୁଲେଟାରୀ ଔଷଧ ସୃଷ୍ଟି କରିବାରେ ଅତି ନିକଟତର ହୋଇଛି।
ଇମ୍ୟୁନୋମୋଡ୍ୟୁଲେଟର ହେଉଛି ଏକ ଔଷଧ ଯାହାକି ଆପଣଙ୍କ ପ୍ରତିରୋଧକ ପ୍ରଣାଳୀରେ କିଛି ପରିବର୍ତ୍ତନ କରିଥାଏ । ଯାହା ଦ୍ବାରା ରୋଗୀ କୌଣସି ରୋଗର ମୁକାବିଲା କରିବାରେ ଅଧିକ ସାହାଯ୍ୟ ପାଇଥାନ୍ତି। ତେବେ ଋଷ ଦ୍ୱାରା ପ୍ରସ୍ତୁତ ଟିକା କେଉଁ ପ୍ରକାରର ଏବଂ ଏହା କିପରି କାର୍ଯ୍ୟ କରିବ ତାହା ପୁଟିନ ସ୍ପଷ୍ଟ କରି ନାହାନ୍ତି।