ଆଜିଠୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା। ଫେବୃଆରୀ ୧୬ରୁ ମାର୍ଚ୍ଚ ୨୦ ଯାଏ ଚାଲିବ ପରୀକ୍ଷା। ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ଦେବେ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀ।
ପରୀକ୍ଷା ସମୟରେ କିମ୍ବା ପୂର୍ବରୁ ସୋସିଆଲ ମିଡିଆରେ କୌଣସି ଭାଇରାଲ ପ୍ରଶ୍ନପତ୍ରକୁ ବିଶ୍ୱାସ ନ କରିବାକୁ ପରାମର୍ଶ ଦେଇଛନ୍ତି ପରୀକ୍ଷା ନିୟନ୍ତ୍ରକ ଅଶୋକ ନାୟକ।
ମୋଟ ୧୯ଟି ସିଟିଂରେ ହେବ ପରୀକ୍ଷା। ପ୍ରତ୍ୟେକ ଦିନ ଗୋଟିଏ ବିଷୟରେ ହିଁ ପରୀକ୍ଷା ହେବ । ପ୍ରଥମ ୧୦ଟି ବିଷୟ ପରୀକ୍ଷାର ପ୍ରଶ୍ନପତ୍ର ପରୀକ୍ଷା ହବ୍ରେ ପହଞ୍ଚି ସରିଛି।
ତ୍ରିସ୍ତରୀୟ ସ୍କ୍ୱାର୍ଡ ବ୍ୟବସ୍ଥା ହୋଇଛି। ପ୍ରଶ୍ନପତ୍ର ବିଭ୍ରାଟ ହେବ ନାହିଁ ବୋଲି କହିଛନ୍ତି ପରୀକ୍ଷା ନିୟନ୍ତ୍ରକ। ପରୀକ୍ଷା ଆରମ୍ଭ ୧୦ଟାରେ ହେବ। ୩୦ ମିନିଟ ପୂର୍ବରୁ ସେଣ୍ଟରରେ ପହଞ୍ଚିବେ ଛାତ୍ରଛାତ୍ରୀ । ୧୫ ମିନିଟ୍ ପୂର୍ବରୁ ପରୀକ୍ଷା ହଲରେ ପହଞ୍ଚିବା ପାଇଁ ସୂଚନା ଦିଆଯାଇଛି।
ପ୍ରଶ୍ନପତ୍ର ଏବଂ ଉତ୍ତର ଖାତାକୁ ସଠିକ ଭାବେ ଯାଞ୍ଚ କରିବା କୁ ପିଲାମାନଙ୍କୁ ତାଗିଦ କରାଯାଇଛି। ଉତ୍ତର ଖାତାରେ ଠିକ ଭାବେ ନିଜ ରୋଲ ନମ୍ବର ଏବଂ ରେଜିଷ୍ଟ୍ରେସନ ନମ୍ବର ପୂରଣ କରିବା ଦରକାର । ପରୀକ୍ଷାରେ କୌଣସି ତ୍ରୁଟି ନହେଉ ସେଥିପାଇଁ ପୁରା ବ୍ୟବସ୍ଥା ହୋଇଛି। ପରୀକ୍ଷା କେନ୍ଦ୍ରରେ ସିସିଟିଭିକୁ ଗୁରୁତ୍ୱ ଦିଆଯାଇଛି।