ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ପୌରାଣିକ ମତ ଅନୁସାରେ, ପ୍ରଭୁ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ଭଙ୍କର ଅଭିଶାପ କାରଣରୁ ତାଙ୍କର ଯେଉଁ ରୋଗ ହୋଇଥିଲା ଚନ୍ଦ୍ରଭାଗା ନଦୀ ତଟରେ ତପସ୍ୟା କରି ସେହି ରୋଗରୁ ସେ ମୁକ୍ତି ପାଇଥିଲେ । ଏଥି ସହ ମାଘ ସପ୍ତମୀରେ ଲାଙ୍ଗୁଳା ନରସିଂହ ଦେବା ସୂର୍ଯ୍ୟ ମନ୍ଦିର ପ୍ରତିଷ୍ଠା କରିଥିଲେ। ତେଣୁ ନିଜ ପରିବାରକୁ ରୋଗ ଶୋକ ଭାୟାରୁ ମୁକ୍ତ ରଖିବା ପାଇଁ ହିନ୍ଦୁ ଧର୍ମାବଲମ୍ବୀ ମାନେ ଚନ୍ଦ୍ରଭାଗାରେ ବୁଦା ପକାଇଥାନ୍ତି । ସେପଟେ ଆଜିଠୁ ଆରମ୍ଭ ହେଉଛି ଖଣ୍ଡଗିରି ମେଳା । ସାଧୁସନ୍ଥ ଓ ନାଗାବାବାଙ୍କ ଭିଡ ଖଣ୍ଡଗିରି ପାଦଦେଶରେ ଦେଖିବାକୁ ମିଳୁଛି। ହରିଦ୍ୱାର ଠାରୁ ଆରମ୍ଭ କରି ଜାମ୍ମୁ ଓ କାଶ୍ମୀର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରୁ ଏଠାକୁ ସାଧୁ ସନ୍ୟାସୀଙ୍କ ସୁଅ ଛୁଟିଲାଣି। ଆଜିଠୁ ନାଗାବାବାଙ୍କ ଧୂନ୍ରେ ପ୍ରକମ୍ପିତ ହେବ ସାରା ଖଣ୍ଡଗିରି ପାଦଦେଶ।