ଦିଲ୍ଲୀର ଅଲୀପୁରରେ ଦୁଇଟି ପେଣ୍ଟ ଓ କେମିକାଲ ଗୋଦାମରେ ବଡ଼ ଧରଣର ଅଗ୍ନିକାଣ୍ଡ। ଫଳରେ ୧୧ ଜଣଙ୍କ ମୃତ୍ୟୁ ଘଟିବା ସହିତ ୪ ଜଣ ଆହତ ହୋଇଛନ୍ତି।
ସମସ୍ତ ମୃତକଙ୍କୁ ବାବୁ ଜଗଜୀବନ ରାମ ହସ୍ପିଟାଲକୁ ନିଆଯାଇଥିବା ବେଳେ ଆହତମାନଙ୍କୁ ରାଜା ହରିଶ୍ଚନ୍ଦ୍ର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ମୃତ ବ୍ୟକ୍ତିଙ୍କ ଚିହ୍ନଟ କରାଯାଇନଥିବା ଜଣାପଡ଼ିଛି।
ଦିଲ୍ଲୀର ଅଲୀପୁର ଏକ ଜନଗହଳିପୂର୍ଣ୍ଣ ଅଞ୍ଚଳ ହୋଇଥିବା ବେଳେ ସେହି ଅଞ୍ଚଳରେ ଅଗ୍ନିକାଣ୍ଡ ଘଟିବା ପରେ ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି।
ଗତକାଲି ସନ୍ଧ୍ୟା ୫ଟା ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ଫ୍ୟାକ୍ଟ୍ରି ଭିତରେ କାମ ଚାଲିଥିବା ସମୟରେ ଅଚାନକ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା।