ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଭଦ୍ରକ ବରପଦା ଇଞ୍ଜିନିୟରିଂ କଲେଜରେ ବ୍ୟାପକ ଦୁର୍ନୀତି ସହ କୋଟି କୋଟି ଟଙ୍କା ହେରଫେର ହୋଇଥିବା ନେଇ ପ୍ରମାଣ ମିଳିବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ED ପକ୍ଷରୁ ପୂର୍ବତନ ମନ୍ତ୍ରୀ ତଥା ଏବେ ର ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ଙ୍କ ଘରେ ଚଢ଼ାଉ । ୨୦ କୋଟି ଟଙ୍କା ଜମି କେଲେଙ୍କାରି ନେଇ ଇଡି ରେଡ କରୁଛି । ଭଦ୍ରକ ବରପଦା ଇଞ୍ଜିନିୟରିଂ କଲେଜ ନାମରେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ପୁଅ ଜମି ଆଣି ପରବର୍ତ୍ତୀ ସମୟରେ ବିଲାଦ୍ରଙ୍କୁ ସେଲ ଡିଡ ମାଧ୍ୟମରେ ବିକ୍ରି କରିଦେଇଥିବା ନେଇ ଅଭିଯୋଗ ହୋଇଥିଲା । ଯାହାକୁ ଭଦ୍ରକ ସହର ର 4 ଟି ଓ ଭୁବନେଶ୍ବରର 4 ଟି ସ୍ଥାନରେ ଚଢ଼ାଉ ହେଉଥିବା ସୂଚନା ମିଳିଛି । ତେବେ ବରପଦା ଇଂଜିନିୟରିଂ କଲେଜ ର ପୂର୍ବତନ ଅଧକ୍ଷ ଙ୍କ ଘରେ ମଧ୍ୟ ଚଢ଼ାଉ ହେଉଥିବା ସୂଚନା ମିଳିଛି । ତେବେ ପ୍ରଫୁଲ୍ଲ ସାମଲ ଙ୍କ ସାବନା ବଜାର ସ୍ଥିତ ଘର , ବରପଦା ଇଂଜିନିୟରିଂ କଲେଜ ର ପୂର୍ବତନ ଅଧକ୍ଷ ଙ୍କ ଅପର୍ତ୍ତିବିନ୍ଧା ସ୍ଥିତ ଘରେ ମଧ୍ୟ ଚଢ଼ାଉ ହେଉଛି । ତେବେ କେନ୍ଦ୍ରୀୟ ସୁରକ୍ଷା ବଳ ଙ୍କ ସୁରକ୍ଷା ବଳୟ ରେ ଚଢ଼ାଉ ହେଉଛି । ଭୁବନେଶ୍ବରରେ ଥିବା ପଳାଶପଲ୍ଲୀ ଘରେ ମଧ୍ୟ ଚାଲିଛି ଚଢାଉ ।