SunstarTV
ତୃତୀୟ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ଅଶ୍ୱିନୀ ବୈଷ୍ଣବ । ଆଜି ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ଅଶ୍ୱିନୀ । ବିଜେପିର ପ୍ରମୁଖ ନେତା ମାନଙ୍କ ଉପସ୍ଥିତିରେ ବିଧାନସଭାରେ ପହଞ୍ଚିବା ସହିତ ନାମାଙ୍କନ ଦାଖଲ କରିଛନ୍ତି । ବିଜେପି ସଭାପତି ମନମୋହଲ ସାମଲ, କୁସୁମ ଟେଟେ, ସୁବାଷ ପାଣିଗ୍ରାହୀ ଅନେକ ବିଜେପି ବିଧାୟକଙ୍କ ଉପସ୍ଥିତିରେ ଅଶ୍ବିନୀ ତାଙ୍କର ନାମାଙ୍କନ ଭରିଛନ୍ତି ।
ସୂଚନାମୁତାବକ ବିଜେପିର କେନ୍ଦ୍ରୀୟ କମିଟି ପକ୍ଷରୁ ଅଶ୍ୱିନୀଙ୍କୁ ରାଜ୍ୟସଭା ପ୍ରାର୍ଥୀ କରଥିଲା। ଏହାପରେ ବିଜେଡି ମଧ୍ୟ ଅଶ୍ବିନୀଙ୍କୁ ସମର୍ଥନ ଦେଇଥିଲା । ୨୦୧୯ ରେ ଉଭୟ ବିଜେଡି ଓ ବିଜେପିର ମିଳିତ ସମର୍ଥନରେ ରାଜ୍ୟସଭା ଯାଇଥିଲେ ଅଶ୍ଵିନୀ ବୈଷ୍ଣବ।
ତେବେ ମିଳିଥିବା ସୂଚନା ଅନୁସାରେ ବିଜେପିରୁ ଅଶ୍ଵିନୀଙ୍କୁ ଜିତିବାକୁ ହେଲେ ୩୭ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ବିଜେପି ପାଖରେ ଆବଶ୍ଯ ସଂଖ୍ଯା ନାହିଁ। ବିଜେପିର ବର୍ତ୍ତମାନ ୨୨ ଜଣ ଅଛନ୍ତି। ପୂର୍ବରୁ ବିଜେଡି ପକ୍ଷରୁ ୨ ଜଣ ନାମାଙ୍କନ ଭରି ସାରିଥିବାବେଳେ ତୃତୀୟ ଆସନକୁ ନେଇ ଲାଗି ରହିଥିଲା ସସପେନ୍ସ । ଯାହାକି ବର୍ତ୍ତମାନ ସ୍ପଷ୍ଟ ହୋଇଛି । ଓଡିଶାରୁ ରାଜ୍ୟ ସଭାକୁ ଯିବେ ୩ ପ୍ରାର୍ଥୀ।
କେନ୍ଦ୍ରରେ ଗୁରୁତ୍ବପୂର୍ଣ୍ଣ ରେଳବାଇ ବିଭାଗର ମନ୍ତ୍ରୀ ଥିବା ଅଶ୍ଵିନୀଙ୍କ କାର୍ଯ୍ୟକାଳ ଏପ୍ରିଲରେ ସରୁଥିବା ବେଳେ ଦ୍ଵିତୀୟ ଥର ପାଇଁ ତାଙ୍କୁ ପ୍ରାର୍ଥୀ କରିଛି ବିଜେପି । ଆଉ ବିଜେଡିର ସମର୍ଥନ ପରେ ସଂଖ୍ୟା ଦୃଷ୍ଟିରୁ ଅଶ୍ଵିନୀଙ୍କ ରାଜ୍ୟସଭା ଯିବା ନିଶ୍ଚିତ ହୋଇଛି। ପୂର୍ବରୁ ବିଜେଡି ଦୁଇଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା । ବାକି ଥିଲା ତୃତୀୟ ଆସନ । ଆଉ ତାକୁ ନେଇ ଲାଗି ରହିଥିଲା ସସପେନ୍ସ ।
ସୂଚନା ମୁତାବକ କିଛି ଦିନ ତଳେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିର ଦୁଇ ରାଜ୍ୟ ସଭା ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ ମଙ୍ଗଳବାର ନାମାଙ୍କନପତ୍ର ଦାଖଲ କରିଥିଲେ। ପ୍ରଥମେ ଉଭୟ ନବୀନ ନିବାସ ଯାଇ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟବା ସହିତ ବିଜେଡିର କିଛି ବରିଷ୍ଠ ନେତା ଏବଂ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ନାମାଙ୍କନ ଭରିଥିଲେ। ଏହା ପରେ ତୃତୀୟ ନାମକୁ ନେଇ ବହୁ କଳ୍ପନା ଜଳ୍ପନା ଲାଗି ରହିଥିଲା । ଯାହା ଏବେ ସ୍ପଷ୍ଟ ହୋଇଛି ।
ରାଜ୍ୟରେ ଖାଲି ପଡିଥିବା ୩ଟି ରାଜ୍ୟ ସଭା ଆସନ ମଧ୍ୟରୁ ବିଜେଡି ଦୁଇ ଜଣଙ୍କ ନାଁ ଘୋଷଣା କରିଥିବା ବେଳେ ଆଜି ଅଶ୍ୱିନୀ ବୈଷ୍ଣବଙ୍କ ନାମାଙ୍କନ ଭରିଛନ୍ତି । ସେପଟେ ଓଡ଼ିଶାର ସ୍ବାର୍ଥ ଦୃଷ୍ଟିରୁ ଅଶ୍ବିନୀ ବେଷ୍ଣବଙ୍କ ପ୍ରାର୍ଥିତ୍ୱକୁ ନବୀନ ଘୋଷରା କରିଛନ୍ତି । ଏହା ପୂର୍ବରୁ ୨୦୧୯ରେ ଅଶ୍ୱିନୀ ବୈଷ୍ଣବ ଉଭୟ ବିଜେପି ଓ ବିଜେଡିର ମିଳିତ ପ୍ରାର୍ଥୀ ଭାବେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ଆଜି ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ଅଶ୍ବିନୀ।ଆଉ ତାଙ୍କର ନାମ ଘୋଷଣାଙ୍କୁ ନେଇ ସେ ଖୁବ ଖୁସିଥିବା ସହିତ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ବ୍ୟକ୍ତ କରିଛନ୍ତି ।