ବଲିଉଡର ଭେଟେରାନ ଅଭିନେତା ତଥା ରାଜନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ଛାତିରେ ଯନ୍ତ୍ରଣା ହେବା ପରେ ଶନିବାର ଦିନ କୋଲକାତାର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଏକ ରିପୋର୍ଟ ଅନୁଯାୟୀ, ଆଜି ସକାଳେ ମିଥୁନ ଚକ୍ରବର୍ତ୍ତୀ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କର ଚିକିତ୍ସା ଜାରି ରହିଛି।
ମିଳିଥିବା ସୂଚନା ଅନୁଯାୟୀ, ମିଥୁନ ଚକ୍ରବର୍ତ୍ତୀଙ୍କ MRI ହୋଇସାରିଛି। ଚିକିତ୍ସା ପାଇଁ ଏକ ସ୍ୱତନ୍ତ୍ର ଦଳ ଗଠନ କରାଯାଇଛି। ଡାକ୍ତରମାନେ ତାଙ୍କ ଉପରେ ନଜରରେ ରଖିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଡାକ୍ତରଖାନା ଏହି ରୋଗ ବିଷୟରେ କିଛି କହିନାହିଁ।
ପ୍ରକାଶ ଥାଉଥି ଆଜି ସକାଳେ ମିଥୁନ ଚକ୍ରବର୍ତ୍ତୀ ତାଙ୍କ ଆଗାମୀ ଫିଲ୍ମର ସୁଟିଂରେ ବ୍ୟସ୍ତ ଥିଲେ। ସୁଟିଂ ସମୟରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିବା ଅନୁଭବ କରିଥିଲେ।
ଏହା ପରେ ଟିମ୍ ତାଙ୍କୁ ଡାକ୍ତରଖାନା ନେଇଥିଲେ। ଯଦି ରିପୋର୍ଟକୁ ବିଶ୍ବାସ କରାଯାଏ, ତେବେ ଡାକ୍ତରଖାନା ନିଆଯାଉଥିବା ବେଳେ ଅଭିନେତା ସୋହମ୍ ଚକ୍ରବର୍ତ୍ତୀ ମଧ୍ୟ ମିଥୁନ ଚକ୍ରବର୍ତ୍ତୀଙ୍କ ସହ ଉପସ୍ଥିତ ଥିଲେ। ବିଶ୍ୱାସ କରାଯାଏ ଯେ କେବଳ ସୋହମଙ୍କ ଜିଦ୍ରେ ଏହି ଫିଲ୍ମ କୋଲକାତାରେ ସୁଟିଂ କରାଯାଉଥିଲା।