SunstarTV
ପ୍ୟାରିସ୍ ଅଲିମ୍ପିକ୍ସ ଏବଂ ପାରାଲିମ୍ପିକ୍ସର ଆୟୋଜକମାନେ ଫେବୃଆରୀ ୮ (ଗୁରୁବାର) ରେ ପ୍ରଥମ ଥର ପାଇଁ ଅଲିମ୍ପିକ୍ସ ପଦକ ଉନ୍ମୋଚନ କରିଛନ୍ତି । ଚଳିତ ଥର ପଦକରେ କିଛିଟା ଭିନ୍ନ ଦେଖିବାକୁ ମିଳିବ। ଯେଉଁ ଖେଳାଳିମାନେ ଗେମ୍ସରେ ପଦକ ଜିତିବେ , ସେମାନେ ଆଇଫିଲ ଟାୱାରର ଏକ ଖଣ୍ଡ ଘରକୁ ନେଇଯିବେ । ପ୍ୟାରିସ୍ ଅଲିମ୍ପିକ୍ ଆୟୋଜକମାନେ ପଦକ ର ଏକ ଭିଡିଓ ସେୟାର କରିଛନ୍ତି। ପଦକ ର ଏକ ଅଂଶ ଆଇଫିଲ୍ ଟାୱାରର ଖଣ୍ଡରେ ଗଠିତ। ଅଲିମ୍ପିକ୍ ଗେମ୍ସ ଜୁଲାଇ ୨୬ ରୁ ଅଗଷ୍ଟ ୧୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ, ପାରାଲିମ୍ପିକ୍ସ ଅଗଷ୍ଟ ୨୮ ରୁ ସେପ୍ଟେମ୍ବର ୮ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।
ବର୍ଷର ସବୁଠାରୁ ବଡ କ୍ରୀଡା ଇଭେଣ୍ଟ ପାଇଁ ମୋଟ ୫୦୮୪ ପଦକ ସୃଷ୍ଟି କରାଯାଇଛି। ଏହାକୁ ଆଇଫିଲ୍ ଟାୱାର ରୁ କଢ଼ା ଯାଇଥିବା ଲୁହାରେ ତିଆରି କରାଯାଇଛି ।ଏହି ପଦକଗୁଡିକ ଚାଉମେଟ୍ ଜୁଏଲର୍ ଦ୍ୱାରା ଡିଜାଇନ୍ କରାଯାଇଛି।
ପଦକଗୁଡିକରେ ଆଇଫିଲ୍ ଟାୱାର ଧାତୁ କାହିଁକି?
ମାର୍ଟିନ ଫୋର୍କେଡଙ୍କ ଅଧ୍ୟକ୍ଷତାରେ ପ୍ୟାରିସ ୨୦୨୪ ଆଥଲେଟ୍ସ କମିଶନ ଏକ ଦଳକୁ ଅଲିମ୍ପିକ୍ ଗେମ୍ସ ପାଇଁ ପଦକ ବିଚାର କରିବାକୁ ନେତୃତ୍ୱ ନେଇଥିଲେ। ଏକ ବିବୃତ୍ତିରେ ଏହା କୁହାଯାଇଛି ଯେ ଫ୍ରାନ୍ସ ଏବଂ ପ୍ୟାରିସର ଆଇକନିକ ସ୍ମାରକୀ, ଆଇଫିଲ୍ ଟାୱାରକୁ ଖେଳର ସବୁଠାରୁ ପ୍ରତୀକ ତେଣୁ ଏହାକୁ ଚୟନ କରାଗଲା । ପାରାଲିମ୍ପିକ୍ ପଦକଗୁଡ଼ିକରେ ଆଇଫିଲ୍ ଟାୱାରର ଦୃଶ୍ୟ ରହିଛି। ଏହା ସହିତ ବ୍ରେଲି ଲିପିରେ ଲେଖା ଯିବ ଲୁଇ ବ୍ରେଲିଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଏହା କରାଯାଇ ଥିବା ସୂଚନା ମିଳିଛି ।
ପଦକର ଅନ୍ୟ ପାର୍ଶ୍ୱରେ କଣ ଅଛି?
ଅଲିମ୍ପିକ୍ ପଦକ ର ଅନ୍ୟ ପାର୍ଶ୍ୱରେ ଗ୍ରୀସରେ କ୍ରୀଡ଼ାର ପୁନର୍ଜନ୍ମର କାହାଣୀ କହେ । ଅଲିମ୍ପିକ୍ ଏବଂ ପାରାଲିମ୍ପିକ୍ ପଦକଗୁଡ଼ିକର ରିବନ୍ ଗୁଡିକ ମଧ୍ୟ ଆଇଫିଲ୍ ଟାୱାର ସହିତ ସଂଯୋଗ ରହିଛି । ଏଗୁଡିକ ଆଇଫିଲ୍ ଟାୱାରର ଜାଲିର କାମ ଦ୍ୱାରା ସଜାଯିବ |