SunStar TV
PM Modi In Lok Sabha: ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭାରେ ଅର୍ଥନୀତି, ପରିବାରବାଦ ଏବଂ ତାଙ୍କର ତୃତୀୟ କାର୍ଯ୍ୟକାଳ ବିଷୟରେ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ କଂଗ୍ରେସକୁ ଟାର୍ଗେଟ କରିଛନ୍ତି।
ରାଜ୍ୟସଭାରେ ଅଭିଭାଷଣ ଦେବା ସମୟରେ ମୋଦି କହିଛନ୍ତି ଯେ, ମୋଦି ୩.୦ରେ ବିକଶିତ ଭାରତର ମୂଳଦୁଆକୁ ମଜବୁତ କରିବା ପାଇଁ ସମ୍ପୂର୍ଣ୍ଣ ସାମର୍ଥ୍ୟ ବ୍ୟବହାର କରାଯିବ।
ଆସନ୍ତା ୫ ବର୍ଷରେ ଡାକ୍ତରଙ୍କ ସଂଖ୍ୟା ପୂର୍ବ ଅପେକ୍ଷା ଅନେକ ଗୁଣରେ ବୃଦ୍ଧି ପାଇବ। ମେଡିକାଲ କଲେଜ ସଂଖ୍ୟା ବଢିବ ଏବଂ ଦେଶରେ ଚିକିତ୍ସା ବ୍ୟବସ୍ଥା ଆହୁରି ଶସ୍ତା ଏବଂ ସୁଲଭ କରାଯିବ। ୫ ବର୍ଷରେ ପ୍ରତ୍ୟେକ ଗରିବଙ୍କ ଘରେ ଜଳରୁ ନଳର କନେକ୍ସନ କରାଯିବ ।
ଏହାସହିତ ହିତାଧିକାରୀମାନଙ୍କୁ ବାକି ଥିବା ପିଏମ ଆବାସ ଯୋଜନା ପ୍ରଦାନ କରାଯିବ ବୋଲି ମୋଦୀ ଘୋଷଣା କରିଛନ୍ତି। ୫ ବର୍ଷରେ ସୌରଶକ୍ତିରୁ ବିଜୁଳି ବିଲ୍ ମଧ୍ୟ ଶୂନ କରାଯିବ। ଦେଶର କୋଟି କୋଟି ନାଗରିକଙ୍କ ବିଜୁଳି ବିଲ୍ ଜିରୋ ହେବା ସହ ଗରେ ବିଜୁଳି ପ୍ରସ୍ତୁତ କରି ବିକ୍ରି କରିବା ପାଇଁ ମଧ୍ୟ ସୁଯୋଗ ମିଳିପାରେ ବୋଲି ରାଜ୍ୟସଭାରେ କହିଛନ୍ତି ପ୍ରଧାନମନ୍ତ୍ରୀ ।
ଏହାପରେ ପିଏମ ମୋଦି କହିଛନ୍ତି ଯେ, ଆସନ୍ତା ୫ ବର୍ଷରେ ସାରା ଦୋରେ ପାଇପରୁ ଗ୍ୟାସ କନେକ୍ସନ ନେଟୱର୍କ କରିବା ପାଇଁ ପ୍ରୟାସ କରାଯିବ । ସାରା ବିଶ୍ୱ ଭାରତର ଯୁବଶକ୍ତିକୁ ଦେଖିପାରିବ । ଲକ୍ଷ ଲକ୍ଷ ସଂଖ୍ୟାରେ ଯୁବ ଷ୍ଟାର୍ଟଅପ୍ ହୋଇପାରିବ । ମଧ୍ୟବିତ୍ତ ପରିବାରର ପିଲାମାନେ ବାହାରେ ପାଠ ପଢିବା ପାଇଁ ଖର୍ଚ୍ଚ କରୁଥିବା କୋଟି କୋଟି ଟଙ୍କା ବୋଝରୁ ସେମାନଙ୍କୁ ମୁକ୍ତି ଦେବା ପାଇଁ ଦେଶରେ ଭଲ ୟୁନିଭର୍ସିଟି ନିର୍ମାଣ କରାଯିବ ।
ମୋଦି ୩.୦ରେ ପ୍ରତ୍ୟେକ ଆନ୍ତର୍ଜାତୀୟ ଖେଳରେ ଭାରତକୁ ସାମିଲ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ପ୍ରଧାନମନ୍ତ୍ରୀ । ଏହି ୫ ବର୍ଷ ଭିତରେ ଦେଶରେ ବୁଲେଟ ଟ୍ରେନ ମଧ୍ୟ ଗଡ଼ିବାସହ ଆତ୍ମନିର୍ଭର ଭାରତର ଅଭିଯାନ ଶୀର୍ଷରେ ପହଞ୍ଚିପାରିବ।
ଏହା ବ୍ୟତୀତ ମେଡ୍ ଇନ୍ ଇଣ୍ଡିଆ, ସେମିକଣ୍ଡକ୍ଟର ଇତ୍ୟାଦିକୁ ନେଇ ଦୁନିଆରେ ଭାରତର ପାଧାନ୍ୟ ରହିବ । ବର୍ତ୍ତମାନ ଦେଶ ଲକ୍ଷ ଲକ୍ଷ-କୋଟି କୋଟି ଟଙ୍କାର ତେଲ ଆମଦାନୀ କରୁଛି । ଆସନ୍ତା ଦିନରେ ଆହୁରି ଆତ୍ମନିର୍ଭର ହେବା ଦିଗରେ କାର୍ଯ୍ୟ କରି ସଫଳତା ପାଇବୁ ବୋଲି ରାଜ୍ୟସଭାରେ ଦୃଢୋକ୍ତି ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।