Lajwanti Plant: ଲାଜକୁଳୀ ଲତା ଗଛ ପତ୍ର ଛୁଇଁବା ମାତ୍ରେ ସେମାନେ ଲଜ୍ଜାରେ ସଂକୁଚିତ ହୁଅନ୍ତି। ଯେଉଁଥିପାଇଁ ଏହାର ନାମ ଲାଜକୁଳୀ ଲତା ରଖାଯାଇଛି। ହେଲେ ଆପଣ ଜାଣନ୍ତି କି ଏହି ଗଛ ଆପଣଙ୍କ ମଧୁମେହ ରୋଗକୁ ଦୂର କରିଦେବ…
ମଧୁମେହ ରୋଗ ଆଜିକାଲି ଏକ ଗମ୍ଭୀର ସମସ୍ୟା ପାଲଟିଛି । ଯାହା ପ୍ରୟତଃ ସମସ୍ତଙ୍କ ପାଖରେ ଦେଖିବାକୁ ମିଳୁଛି। ଏହି ସମସ୍ୟା ପୁରୁଷମାନଙ୍କ ଅପେକ୍ଷା ମହିଳାମାନଙ୍କ ପାଖରେ ଅଧିକ ଦେଖା ଯାଉଛି। ଆଜି ଆମେ ଆପଣମାନଙ୍କୁ ଲାଜକୁଳୀ ଲତା ବିଷୟରେ କହିବାକୁ ଯାଉଛୁ। ଯାହାର କିଛି ଅଲଗା ଚମତ୍କାରୀ ଗୁଣ ରହିଛି ।
ଆୟୁର୍ବେଦିକ ଡାକ୍ତର କହିଛନ୍ତି ଯେ ଲାଜକୁଳୀ ଲତା ଡାଇବେଟିସ ପାଇଁ ଅମୋଘ ଅସ୍ତ୍ର। ସାଧାରଣତଃ ଆମେ ବାଡ଼ି ବଗିଚାରେ ଏହି ଗଛଟିକୁ ଦେଖିଥିବା ଇଏ ଏମିତି ଏକ ଗଛ ଯାହାକୁ ଛୁଇଁବା ମାତ୍ରେ ସେ ଆପେ ଆପେ ଭିତରପଟୁ ବନ୍ଦ ହୋଇଯାଏ । କିଛି ସମୟ ପରେ ସେ ନିଜେ ନିଜେ ଖୋଲିଯାଏ ।
ଲାଜକୁଳୀ ଗଛ ପ୍ରାକୃତିକ କୋଳାହଳରୁ ନିଜକୁ ରକ୍ଷା କରିବା ପାଇଁ ଏପରି କରିଥାଏ । ଏହିଭଳି କାରଣରୁ ଲାଜୁଆ ବା ଲାଜକୁଳୀ ଗଛ ନାମ ଦିଆଯାଇଛି । ଏହା ପତଳା ଶାଖା ବିଶିଷ୍ଟ ଲତା ଯାହାକି କଣ୍ଟାଧାର ବିଶିଷ୍ଟ ଅଟେ ,ଏହା ସାଧାରଣତଃ 5 ଇଞ୍ଚ ରୁ ଲମ୍ବା ପାଞ୍ଚ ଫୁଟ ପର୍ଯ୍ୟନ୍ତ ବଢିଥାଏ ।
ଏହି ଗଛର ଫୁଲର ରଙ୍ଗ ହାଲକା ଗୋଲାପୀ ରଙ୍ଗ ଅଟେ । ଏହି ଲତା ବର୍ଷ ସାରା ବାଡ଼ି ବଗିଚାରେ ଉଠିଥାଏ । ଏହାକୁ ଔଷଧ ଭାବେ ହିସାବରେ କରାଯାଏ । ଲାଜକୁଳିର ଫୁଲ ପତ୍ର ଓ ମଝିଭାଗ ଅନେକ ରୋଗରୁ ବଞ୍ଚିବା ପାଇଁ ବ୍ୟବହାର କରାଯାଏ । ମଧୁମେହରେ ପୀଡିତ ବ୍ୟକ୍ତିକୁ ଏହା ଔଷଧ ରୂପରେ ଦିଆଯାଏ । ମଧୁମେହରେ ପୀଡିତ ବ୍ୟକ୍ତି ଏହାର ପତ୍ରର ରସକୁ ସେବନ କଲେ ବହୁ ଫାଇଦା ମିଳିଥାଏ ବୋଲି ଆୟୁର୍ବେଦରେ ଲିଖିତ ଅଛି । ଏହା ସହିତ କାଶ ହେଉଥିଲେ ଏହି ପତ୍ରର ରସକୁ ଗଳାରେ ଲଗାଇଲେ ତାହା ଭଲ ହୋଇଯାଏ ।
ପେଟରେ ପଥର ଜମିଯାଇଥିଲେ ଲାଜକୁଳୀ ଲତାର ରସକୁ ସେବନ କଲେ ପେଟ ଭିତର ପଥର ଧୀରେ ଧୀରେ ନଷ୍ଟ ହେଇଯାଇଥାଏ । ଏହାକୁ ଦିନରେ ଦୁଇ ତିନିଥର ଦେଲେ ତାହା ପଥରକୁ ଭାଙ୍ଗି ବାହାରକୁ ବାହାର କରିଦେବ । ଏହାର ସେବନରେ ମଧ୍ୟ ହାଡ଼ ମଜଭୁତ ହୁଏ । ଲାଜକୁଳିର ଉପଯୋଗ ଛାତି କ୍ୟାନସର ପାଇଁ ମଧ୍ୟ ବ୍ୟବହାର କରାଯାଇଥାଏ ।
ଦାନ୍ତ ବିନ୍ଧା ହେଉଥିଲେ ଲାଜକୁଳୀ ଲତାର ମଝିଭାଗକୁ ପାଣିରେ ପକାଇ ସେଇ ପାଣିକୁ ପାଟିରେ କୁଳୁକୁଳି କଲେ ଦାନ୍ତ ବିନ୍ଧା ସଙ୍ଗେ ସଙ୍ଗେ କମିଯାଏ । ଶରୀରରେ ଘା ହେଇଥିଲେ ଲାଜକୁଳୀ ଲତାର ପତ୍ରକୁ ବାଟି ତାର ରସକୁ ଘା ଉପରେ ଲଗାଇଲେ, ବହୁତ ଜଲଦୀ ଘା ଶୁଖି ଯାଇଥାଏ ।