SunstarTV
ଉତ୍ତରାଖଣ୍ଡରେ ୟୁନିଫର୍ମ ସିଭିଲ୍ କୋଡ୍ ଆଇନ ହେବା ପରେ ଲିଭ୍-ଇନ୍ ରିଲେସନ୍ସିପର ପଞ୍ଜିକରଣ କରିବା ବାଧ୍ୟତାମୂଳକ ହେବ । ଯେଉଁ ମାନେ ପଞ୍ଜୀକରଣ ନକରିବେ ସେମାନଙ୍କୁ ଏହା ପାଇଁ କାରାଦଣ୍ଡ ଭୋଗିବାକୁ ପଡିବ । ମିଳିଥିବା ସୂଚନା ଅନୁସାରେ ଏହା ପାଇଁ ଆଇନରେ ୬ମାସ କାରାଦଣ୍ଡର ବ୍ୟବସ୍ଥା ରହିଛି। ଏକ ଦମ୍ପତି ଯେଉଁମାନେ ଲିଭ୍-ଇନ୍ ରିଲେସନ୍ସିପରେ ରହିବାକୁ ଚାହାଁନ୍ତି ସେମାନଙ୍କୁ ମଧ୍ୟ ପଞ୍ଜିକରଣ କରିବାକୁ ପଡିବ । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ମଙ୍ଗଳବାର ଦିନ ଗୃହରେ ୟୁନିଫର୍ମ ସିଭିଲ କୋଡ ବିଲ୍ ସଦନରେ ଉପସ୍ଥାପନା କରିଛନ୍ତି। ଲିଭ-ଇନ୍ ରିଲେସନ୍ସିପ କ ପାଇଁ ନୂତନ ନିୟମରେ ବ୍ୟବସ୍ଥା କରାଯାଇଛି। ୧୯୨ ପୃଷ୍ଠାର UCC ବିଲ୍ ଚାରୋଟି ଭାଗରେ ବିଭକ୍ତ କରାଯାଇଛି । ଗୃହରେ ୟୁସିସି ବିଲ୍ ଉପରେ ଆଲୋଚନା ହେବ। ରାଜ୍ୟପାଳଙ୍କ ଅନୁମୋଦନ ପରେ ଏହି ବିଲ୍ ଉପରେ ସୂଚନା ମିଳିବ ଯେଉଁଥିରେ ପଞ୍ଜୀକରଣକୁ ବାଧ୍ୟତାମୂଳକ କରାଯିବ ।
ଆଇନ ପ୍ରଣୟନ ପରେ କଣ ମିଳିବ :
ଆଇନ ପ୍ରଣୟନ ହେବା ପରେ ବିବାହ, ଛାଡପତ୍ର, ଉତ୍ତରାଧିକାରୀ, ଲିଭ-ଇନ୍ ରିଲେସନ୍ସିପ ଭଳି ପ୍ରସଙ୍ଗ ଉପରେ ନିୟମ ସବୁ ଧର୍ମ ପାଇଁ ସମାନ ହେବ। ଲିଭ-ଇନ୍ ରିଲେସନ୍ସିପରେ ଯେଉଁମାନେ ପଞ୍ଜିକରଣ କରିବେ ନାହିଁ ସେମାନଙ୍କ ପାଇଁ କଠୋର ବ୍ୟବସ୍ଥା ଲାଗୁ କରାଯିବ । ନୂତନ ନିୟମରେ ଲିଭ-ଇନ୍ ସମ୍ପର୍କରୁ ଜନ୍ମ ହୋଇଥିବା ପିଲାମାନଙ୍କୁ ମଧ୍ୟ ଅଧିକାର ଦିଆଯାଇଛି। ଶିଶୁ ପୁରୁଷ ସାଥୀଙ୍କ ସମ୍ପତ୍ତି ପାଇବାକୁ ହକଦାର ହେବ। ଲିଭ-ଇନ୍ ରିଲେସନ୍ସିପକୁ ଆସିବା ପରେ ଜଣେ ମହିଳା ନିଜ ପୁରୁଷ ସାଥୀ ଦ୍ୱାରା ପ୍ରତାରଣା ପାଇବ ନାହିଁ । ଏହା ସହିତ ମହିଳା ସାଥୀ ପୁରୁଷଙ୍କ ରକ୍ଷଣାବେକ୍ଷଣ ଦାବିରେ କୋର୍ଟରେ ଏକ ଦାବିପତ୍ର ଦାଖଲ କରିପାରିବେ।
ୟୁନିଫର୍ମ ସିଭିଲ କୋଡ ବିଲରେ କଡା ବ୍ୟବସ୍ଥା ରହିଛି: ନୂତନ ନିୟମରେ, ରିଲେସନ୍ସିପରୁ ଜନ୍ମ ହୋଇଥିବା ଶିଶୁକୁ ଆଇନଗତ ସମସ୍ତ ସୁବିଧା ମିଳିବ । ପୁରୁଷ ସାଥୀକୁ ତାଙ୍କର ପିତା ପରି ଶିଶୁର ରକ୍ଷଣାବେକ୍ଷଣ ଦାୟିତ୍ବ ନେବାକୁ ପଡିବ ଏବଂ ସମ୍ପତ୍ତିରେ ମଧ୍ୟ ଅଧିକାର ଦେବାକୁ ପଡିବ । ରାଜ୍ୟପାଳଙ୍କ ଅନୁମୋଦନ ପରେ ୟୁନିଫର୍ମ ସିଭିଲ୍ କୋଡ୍ ବିଲ୍ ଆଇନରେ ଲାଗୁ ହେବ। ନୂତନ ଆଇନ କାର୍ଯ୍ୟକାରୀ କରିବାରେ ଉତ୍ତରାଖଣ୍ଡ ଦେଶର ପ୍ରଥମ ରାଜ୍ୟ ହେବ। ୟୁନିଫର୍ମ ସିଭିଲ କୋଡ ହେଉଛି ବିଜେପି ସରକାରଙ୍କ ନିର୍ବାଚନ ଏଜେଣ୍ଡା। ସରକାର ଆସିବା ପୂର୍ବରୁ ବିଜେପି ୟୁନିଫର୍ମ ସିଭିଲ କୋଡ ପ୍ରସଙ୍ଗକୁ ଦୃଢ଼ ଭାବରେ ଉଠାଇଥିଲା।