ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଭୁବନେଶ୍ୱର ବରମୁଣ୍ଡାର ନବନିର୍ମିତ ବସଷ୍ଟାଣ୍ଡର ନାଁ ରହିବ ଆମ୍ବେଦକର ବରମୁଣ୍ଡା ବସଷ୍ଟାଣ୍ଡ। ଏନେଇ ଆଜି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭାରତୀୟ ସମ୍ବିଧାନର ଜନକ ତଥା ସାମାଜିକ ନ୍ୟାୟର ମହାନ୍ ପ୍ରବକ୍ତା ଡ଼କ୍ଟର ଆମ୍ବେଦକରଙ୍କ ଉଦ୍ଧେଶ୍ୟ ରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ଲକ୍ଷ୍ୟ ରେ ଏହି ନିଷ୍ପତ୍ତି ନିଆଯାଇଛି । ଏବେ ବାବା ସାହେବ ଭୀମ ରାଓ ଆମ୍ବେଦକର ବସ ଟର୍ମିନାଲ ଭାବରେ ଏହି ବସଷ୍ଟାଣ୍ଡ ପରିଚିତ ହେବ ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଡକ୍ଟର ଆମ୍ବେଦକର ଜଣେ ଦୂରଦର୍ଶୀ ନେତା ଓ ସମର୍ପିତ ସମାଜ ସଂସ୍କାରକ ଥିଲେ। ଏକ ନ୍ୟାୟପୂର୍ଣ୍ଣ ସମାଜ ଗଠନ କରିବା ତାଙ୍କର ଲକ୍ଷ୍ୟ ଥିଲା। ଦେଶ ଗଠନରେ ମହାନ୍ ଅବଦାନ ଓ ଆଦର୍ଶ ବିଷୟରେ ଜନସାଧାରଙ୍କୁ ସଚେତନ କରିବା ପାଇଁ ଡକ୍ଟର ବାବା ସାହେବ୍ ଆମ୍ବେଦକର ବସଷ୍ଟାଣ୍ଡରେ ୯୦୦ ବର୍ଗ ଫୁଟ ଅଞ୍ଚଳରେ ଏକ ସ୍ଵତନ୍ତ୍ର ଗ୍ୟାଲେରୀ ନିର୍ମାଣ କରାଯିବ।