Sunstartv
ଜାପାନ ଦେଶରେ ୧୦୦ ବର୍ଷରେ ସବୁଠାରୁ କମ୍ ପିଲା ଜନ୍ମ ହୋଇଛନ୍ତି। ଯାହାର ସଂଖ୍ୟା ୮ ରୁ କମ୍ ଥିଲା। ଜନ୍ମ ହାର କମିବା ଜାପାନ ଦେଶ ପାଇଁ ଚିନ୍ତାର କାରଣ ହୋଇଛି। ଏହାସହ ଏଠାରେ ପରମାୟୁ ବୃଦ୍ଧି ଘଟୁଛି। ଯାହା ଫଳରେ ଏହି ଦେଶର ସର୍ବାଧିକ ଜନସଂଖ୍ୟା ବାର୍ଦ୍ଧକ୍ୟ ଆଡ଼କୁ ଗତିକରୁଛି।
ୱର୍ଲ୍ଡ ବ୍ୟାଙ୍କ୍ ର ଏକ ରିପୋର୍ଟ ଅନୁସାରେ ୟୁରୋପ ର ମୋନାକୋ ଦେଶ ପରେ ଜାପାନ ରେ ସବୁଠାରୁ ଅଧିକ ବୟସ୍କ ଲୋକ ବସବାସ କରୁଛନ୍ତି ।
ଯଦି ଗୋଟିଏ ଦେଶରେ ଅଧିକାଂଶ ଜନତା ବାର୍ଦ୍ଧକ୍ୟ ଆଡ଼କୁ ଗତି କରେ ସେହି ଦେଶର ଅର୍ଥବ୍ୟବସ୍ଥା ଉପରେ ଏହାର ପ୍ରଭାବ ପଡ଼େ। ଏପରି ସ୍ଥିତିରେ ଅଧିକାଂଶ ଜନତା ଅବସର ନେଇଯାଆନ୍ତି ଏବଂ କାର୍ଯ୍ଯ କରିବା ପାଇଁ ମାନବ ସମ୍ବଳ ଉପରେ ଏହାର ପ୍ରଭାବ ପଡ଼େ। ସରକାରଙ୍କ ରାଜ କୋଷରେ ସ୍ୱାସ୍ଥ୍ୟ ବୀମା ଏବଂ ପେନସନ ପାଇଁ ବୋଝ ବଢିଚାଲେ।
ଏହିଭଳି ସମସ୍ୟା ଏବେ ଜାପାନ ଭଳି ଦେଶର ଚିନ୍ତାର କାରଣ ହୋଇଛି।
ଏହି ସମସ୍ୟାର ସମାଧାନ ସହ ଜାପାନରେ ଜନ୍ମ ହାର ବୃଦ୍ଧି କରିବା ପାଇଁ ଜାପାନ ସରକାର ନିଜ ବଜେଟ୍ ରେ ଅର୍ଥ ବୃଦ୍ଧି କହିଛନ୍ତି। ଶିଶୁ ଯତ୍ନ ପାଇଁ ସରକାର ଯେଉଁ ଖର୍ଚ୍ଚ କରୁଥିଲେ ତାହାକୁ ମଧ୍ୟ ବୃଦ୍ଧି କରିଛନ୍ତି।
ବର୍ତ୍ତମାନ, ଜାପାନର ନୂତନ ପିତାମାତା ଏକ ଶିଶୁ ଜନ୍ମ ହେଲେ ୪୨୦,୦୦୦ ୟନ୍ (ଜାପାନ ମୁଦ୍ରା) ଦେଉଛନ୍ତି | ଜନ୍ମ ହାର ବୃଦ୍ଧି ପାଇଁ ଜାପାନ ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ବର୍ତ୍ତମାନ ପାଖାପାଖି ୫୦୦,୦୦୦ ୟନକୁ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଛନ୍ତି।