[caption id="attachment_43104" align="alignleft" width="300"]<img class="wp-image-43104 size-medium" src="https://sunstartv.com/odia/wp-content/uploads/2024/01/WhatsApp-Image-2024-01-31-at-6.48.16-PM-1-300x141.jpeg" alt="" width="300" height="141" /> ଆରମ୍ଭ ହୋଇଛି ଖଡ଼ିଆଳ ମହୋତ୍ସବ। ସାହିତ୍ୟ ସଂସ୍କୃତି,କଳା ଓ ଐତିହ୍ୟର ପ୍ରଚାର ପ୍ରସାର ପାଇଁ ୨୦୦୫ ରେ ଏହି କାର୍ଯ୍ୟକ୍ରମର ଆରମ୍ଭ ହୋଇଥିବା ଏହି ଉତ୍ସବ ଏଥର ଅଠର ତମ ବର୍ଷ ଭାବରେ ପାଳିତ ହେଉଛି। ଖଡ଼ିଆଳ ମହୋତ୍ସବ ଦେଖିବା ପାଇଁ ଏଥର ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ମାଁ ସମଲେଶ୍ବରୀ, ମାଁ ରକ୍ତାମ୍ବରୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରି ମହୋତ୍ସବର ସଫଳତା ପାଇଁ ପ୍ରାର୍ଥନା କରାଯାଇଥିଲା।[/caption] [caption id="attachment_43105" align="alignnone" width="300"]<img class="size-medium wp-image-43105" src="https://sunstartv.com/odia/wp-content/uploads/2024/01/WhatsApp-Image-2024-01-31-at-6.48.16-PM-300x139.jpeg" alt="" width="300" height="139" /> ଏକ ବିରାଟ ରାଲିରେ ଐତିହାସିକ ପାହାଡ଼ ରିସିପିଟିରୁ ମଶାଲ ଅଣାଯାଇ ମହୋତ୍ସବ ସ୍ଥଳରେ ସ୍ଥାପନ କରାଯାଇଥିଲା।ପରେ ଅନୁଷ୍ଠିତ ସାଂସ୍କୃତିକ ସଭାରେ ମହୋତ୍ସବ କମିଟିର ସଭାପତି ଜିତେନ୍ଦ୍ର ନାଥ ପଟ୍ଟନାୟକଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା ଏହି ମହୋତ୍ସବ ଏ ଅଞ୍ଚଳର କଳା, ସଂସ୍କୃତି ର ପ୍ରଚାର ପ୍ରସାର ପାଇଁ ସହାୟକ ହେଉଛି ବୋଲି କହିଥିଲେ।[/caption] [caption id="attachment_43106" align="alignnone" width="300"]<img class="size-medium wp-image-43106" src="https://sunstartv.com/odia/wp-content/uploads/2024/01/WhatsApp-Image-2024-01-31-at-6.48.17-PM-300x139.jpeg" alt="" width="300" height="139" /> ମୁଖ୍ୟ ବକ୍ତା ଲବ୍ଧ ପ୍ରତିଷ୍ଠିତ କବି ଡାକ୍ତର ବାସୁଦେବ ସୁନାନୀ ଏହି ଉତ୍ସବ ଓଡ଼ିଶାରେ ଏକ ସ୍ୱତନ୍ତ୍ର ସ୍ଥାନ ରଖିଥିବା ପ୍ରକାଶ କରିଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟ ଚିତ୍ତରଞ୍ଜନ ବେହେରା ଓ ମାଲ୍ୟବନ୍ତ ସୁନା ଯୋଗଦାନ କରିଥିଲେ ।[/caption] [caption id="attachment_43107" align="alignnone" width="300"]<img class="wp-image-43107 size-medium" src="https://sunstartv.com/odia/wp-content/uploads/2024/01/WhatsApp-Image-2024-01-31-at-6.48.16-PM-1-1-300x141.jpeg" alt="" width="300" height="141" /> ମହୋତ୍ସବର ମୁଖପାତ୍ର ଖଡ଼ିଆଳ ଜ୍ୟୋତି ଉନ୍ମୋଚିତ ହୋଇଥିଲା। ଏହି ଅବସରରେ ଡାକ୍ତର ବାସୁଦେବ ସୁନାନୀ ଓ ବୀଣାପାଣି ତାଣ୍ଡିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।[/caption]