ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଆଜି ଭୋଟର ଦିବସ ଅବସରରେ ଯାଜପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା ନିର୍ବାଚନ ଅଧିକାରୀ ତଥା ଉପ ଜିଲ୍ଲାପାଳ ଗୋପୀନାଥ କୁଅଁରଙ୍କ ସଭାପତିତ୍ଵ ରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନା ଯୋଗ ଦେଇ ଗଣତନ୍ତ୍ର ରାଷ୍ଟ୍ରରେ ଭୋଟର ଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଯାଜପୁର ପୌରପାଳିକାର ପୌରାଧକ୍ଷା ରଞ୍ଜୁଲତା ହୋତା, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଶୁଭେନ୍ଦ୍ର ସାମଲ, ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁର୍ଜ୍ୟମଣି ପାଟଜୋଶୀ, ସହକାରୀ ଜିଲାପାଳ କ୍ଷୀରୋଦ ଦାସଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଯୋଗ ଦେଇ ଥିଲେ। ଏହି ଅବସରରେ ବହୁ ବୁଥ ଲେବଲ ଅଧିକାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗୀତା ର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରଯାଇଥିଲା । ଏହି ଅବସରରେ ଏକ ଭୋଟର ସଚେତନତା ଶୋଭାଯାତ୍ରା ର ଉପସ୍ଥିତ ଅତିଥି ମାନେ ଉଦ୍ଘାଟିତ କରିଥିଲେ । ଏହି ସଚେତନତା ଶୋଭାଯାତ୍ରା ଯାଜପୁର ସହର ପରିକ୍ରମା କରି ଭୋଟର ମାନଙ୍କୁ ସଚେତନ କରିଥିଲେ।
ରିପୋର୍ଟ – ବିଭୁଦତ୍ତ ପୃଷ୍ଟି