ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରବିବାର ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ସାମ୍ବାଦିକତା ବିଭାଗର ପୁରାତନ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ‘ସାମ୍ବାଦିକତା ଓ ଗଣ ଯୋଗାଯୋଗ’ ବିଭାଗର ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ । କାର୍ଯ୍ୟକ୍ରମରେ ବିଭାଗର ବହୁ ପୁରାତନ ଛାତ୍ରଛାତ୍ରୀମାନେ ଯୋଗ ଦେଇ ଏ ବନ୍ଧୁମିଳନ କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ‘ଜର୍ଣ୍ଣାଲିଜିମ୍ ଆଲୁମିନି ଆସୋସିଏସନ୍’ ପକ୍ଷରୁ ‘ଆମ ପରିବାର’ ନାମରେ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମ ଆୟୋଜିତ ହେଇଥିଲା । କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ପୁରାତନ ଛାତ୍ରଛାତ୍ରୀମାନେ ନିଜ ପୁରୁଣା କଲେଜ ଦିନର ଅନୁଭୂତି ଅନ୍ୟ ସାଥୀମାନଙ୍କ ଆଗରେ ବାଣ୍ଟିଥିଲେ। ପରେ ପୁରାତନ ଛାତ୍ରଛାତ୍ରୀମାନେ ସାମ୍ବାଦିକତା ବିଭାଗର ବର୍ତ୍ତମାନ କିପରି ବିକାଶ କରାଯିବ ସେନେଇ ଆଲୋଚନା କରିଥିଲେ । ଖାଲି ସେତିକି ନୁହେଁ, ଏହାସହ ନୂଆକରି ସାମ୍ବାଦିକତା ବିଭାଗକୁ ଆସିଥିବା ଛାତ୍ରଛାତ୍ରୀମାନେ ଥିଓରୀ ସହ ଅଧିକରୁ ଅଧିକ କିପରି ପ୍ରାକ୍ଟିକାଲ ଶିକ୍ଷା ପାଇପାରିବେ, ସେନେଇ ବ୍ୟବସ୍ଥା କରିବାକୁ ବିଭାଗୀୟ କର୍ତ୍ତୁପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ପୁରାତନ ଛାତ୍ରଛାତ୍ରୀ ।