ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଆସନ୍ତା ୨୨ ତାରିଖରେ ଭବ୍ୟ ରାମମନ୍ଦିର ପ୍ରତିଷ୍ଠା ମହୋତ୍ସବ ପାଇଁ କେନ୍ଦ୍ର ସରକାରଙ୍କ ବଡ ଘୋଷଣା। ଜାନୁଆରୀ ୨୨ତାରିଖରେ ଅଧା ଦିନ ଛୁଟି ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଅପରାହ୍ନ ୨ଟା ୩୦ଯାଏଁ ଛୁଟି ଘୋଷଣା ହୋଇଛି। ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଅବସରରେ କେନ୍ଦ୍ର ସରକାରଙ୍କ ଅଧିନସ୍ଥ ସମସ୍ତ କାର୍ଯ୍ୟାଳୟ ଓ ଶିଳ୍ପାନୁଷ୍ଠାନ ବନ୍ଦ ରହିବ। ଏହା କରାଯିବାର କାରଣ ଏହା ଯେ, ସମସ୍ତ ସରକାରୀ କର୍ମଚାରୀ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବର ସିଧାପ୍ରସାରଣ ଦେଖିପାରିବେ।