ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର ; ବିଶ୍ୱରେ ଶ୍ରେଷ୍ଠ ଭାରତୀୟ ବାସୁମତି ଚାଉଳ । ଭାରତୀୟ ବାସୁମତି ଚାଉଳକୁ ମିଳିଛି ବିଶ୍ୱର ଶ୍ରେଷ୍ଠ ବାସୁମତି ଚାଉଳର ମାନ୍ୟତା । ସାଧାରଣତଃ ଭାରତରେ ୩୪ ପ୍ରକାରର ବାସୁମତି ଚାଉଳ ଉତ୍ପାଦିତ ହୁଏ । ସ୍ୱାଦ ଓ ବାସ୍ନା ପାଇଁ ଏଇ ଚାଉଳ ସ୍ୱତନ୍ତ୍ର । ଖାଇବାକୁ ଯେତିକି ସୁଆଦିଆ, ସେତିକି ବାସ୍ନାରେ ଭରା ମଧ୍ୟ । କାହିଁ କେତେ ଦିନରୁ ଭାରତୀୟ ଉପମହାଦେଶୀୟ ହିମାଳୟ ପାଦଦେଶରେ କେତେକ ଅଞ୍ଚଳରେ ଉତ୍ପାଦିତ ହୋଇଆସୁଛି ବାସୁମତି ଚାଉଳ । ଆଉ ଖୁସିର କଥା ଯେ ଆମ ଦେଶ ଭାରତ ହେଉଛି ସର୍ବାଧିକ ବାସୁମତି ଚାଉଳ ରପ୍ତାନୀକାରୀ ସଂସ୍ଥା । ସେହିଭଳି ଲୋକପ୍ରିୟ ଖାଦ୍ୟ ବିସ୍ଲେସଣକାରୀ ସଂସ୍ଥା “ଟେଷ୍ଟ ଆଟଲାସ” ପକ୍ଷରୁ ଭାରତୀୟ ବାସୁମତି ଚାଉଳକୁ ବିଶ୍ୱର ଶ୍ରେଷ୍ଠ ବାସୁମତି ଚାଉଳର ମାନ୍ୟତା ମିଳିଛି । ଭାରତର ବାସୁମତି ଚାଉଳକୁ ଦୁନିଆର ସବୁଠୁ ଭଲ ବାସୁମତି ଚାଉଳ ବୋଲି କହିଛି “ଟେଷ୍ଟ ଆଟଲାସ” ।
ରିପୋର୍ଟ ; ସ୍ମୃତିରେଖା