ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଲୋକାର୍ପଣ ହେଲା ମାଲକାନଗିରି ବିମାନବନ୍ଦର। ବିମାନବନ୍ଦର ଉଦ୍ଘାଟନ ସହିତ ରୂପାନ୍ତରଣ ଅଧ୍ୟାୟରେ ମାଲକାନଗିରି ରଚିଲା ନୂଆ ଇତିହାସ। ମାତ୍ର ୧୪ ମାସରେ ୫୪କୋଟି ଟଙ୍କା ବ୍ୟୟରେ ଏୟାରପୋର୍ଟ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ବ୍ୟୟ ହୋଇଥିବା ସମସ୍ତ ରାଶି ରାଜ୍ୟ ସରକାର ବହନ କରିଛନ୍ତି। ଏହି ବିମାନ ବନ୍ଦରରେ ମଧ୍ୟମ ବର୍ଗର ଉଡ଼ାଜାହାଜ ଅବତରଣ କରିବାର ସୁବିଧା ରହିଛି। ଭୁବନେଶ୍ୱର, ରାଉରକେଲା, ଝାରସୁଗୁଡା, ଜୟପୁର, ଉତ୍କେଲା ପରେ ମାଲକାନଗିରି ଆକାଶପଥରେ ସାମିଲ ହେବାକୁ ଯାଉଛି। ବିମାନ ସେବା ଆରମ୍ଭ ହେବ ପରେ ଜିଲ୍ଲାର ସାମାଜିକ ଓ ଆର୍ଥିକ ବିକାଶ ତ୍ୱରାନ୍ୱିତ ହେବ। ପୂର୍ବରୁ ପରୀକ୍ଷାମୂଳକ ଭାବେ ଭିଟି-୧୦୦ ବିମାନ ଅବତରଣ କରିଥିଲା। ଟ୍ରାଏଲ ରନ ସଫଳ ସହ ପାଇଲଟ ଭିତ୍ତିଭୂମିର ପ୍ରଶଂସା କରିଥିଲେ।