ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଆଜି ଠାରୁ BSKY କାର୍ଡ ଆବେଦନ କରିପାରିବେ। ସମସ୍ତ ଗ୍ରାମାଞ୍ଚଳବାସୀ ଏହି ସୁବିଧା ପାଇପାରିବେ। ଜନତାଙ୍କୁ ଚିକିତ୍ସା ବୋଝରୁ ଉଦ୍ଧାର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏହି ଜନକଲ୍ୟାଣକାରୀ ଯୋଜନା। ପରବର୍ତ୍ତୀ ସମୟରେ ପର୍ଯ୍ୟାୟକ୍ରମେ ସହରାଞ୍ଚଳ ବାସିନ୍ଦା ଓ ସରକାରୀ କର୍ମଚାରୀଙ୍କୁ ଏଥିରେ ସାମିଲ କରାଯିବ। ଏନେଇ କଟକରେ ଆୟୋଜିତ ଏକ ସମାବେଶରେ ଘୋଷଣା କରିଛନ୍ତି 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ। ଆଜି ଠାରୁ ତଥା ୬ ଜାନୁଆରୀ ରୁ ୧୬ ଜାନୁଆରୀ ପର୍ଯ୍ୟନ୍ତ ଏହି ପଞ୍ଜିକରଣ ଅନଲାଇନ ମାଧ୍ୟମରେ କରିପାରିବେ। BSKY ରୁ ବାଦ ପଡିଥିବା ଲୋକଙ୍କୁ ନବୀନ କାର୍ଡରେ ସାମିଲ କରିବାରେ ସହଯୋଗ କରିବାକୁ କାର୍ତ୍ତିକ ପାଣ୍ଡିଆନ ଆହ୍ୱାନ କରିଛନ୍ତି।