ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଆଜିର ଶିଶୁ କାଲିର ନାଗରିକ । ଶିଶୁଟି ପିଲା ବେଳରୁ ନିଜ ପରିବାରରେ ବାପା ମାଙ୍କ ସଂସ୍କାରରୁ ଶିକ୍ଷା ଗ୍ରହଣ କରି ନିଜ ଜୀବନରେ ବଢେ ତଥା ବଡ଼ ହୋଇ ସ୍କୁଲ୍, କଲେଜରେ ଅଧ୍ୟୟନ କରି ସମାଜରେ ପରିବର୍ତ୍ତନ ଆଣିଥାଏ । ଏଣୁ ଶିକ୍ଷାରୁ ବଞ୍ଚିତ ଆସନ୍ତା କାଲିର ଭବିଷ୍ୟତ ପିଢି ଶିଶୁଙ୍କ ମନରେ ଜାଗରଣ ଆଣିବା ପାଇଁ ପ୍ରମୁଖ ସାମାଜିକ ସଙ୍ଗଠନ ୟୁଥ୍ ଫର୍ ଭଳ୍ୟୁଣ୍ଟାରୀ ୱାର୍କ’ ପକ୍ଷରୁ ନିକୋ ପାର୍କ ସ୍ଥିତ ନନ୍ଦିନୀପଲ୍ଲୀ ମୁଣ୍ଡା ବସ୍ତିରେ ନିଆରା ଢଙ୍ଗରେ ୨୦୨୪ ନବବର୍ଷ ପାଳନ କରାଯାଇଛି । ସଙ୍ଗଠନର ଅଧ୍ୟକ୍ଷ ମୀର ଅହମ୍ମଦ ଅଲ୍ଲୀଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କୁନି କୁନି ପିଲା ମାନଙ୍କୁ ବ୍ୟାଗ ସହ ଶିକ୍ଷା ଉପକରଣ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ହାସ୍ୟ ଅଭିନେତା ଜ୍ଞାନ ବାରିକ, ସମାଜସେବୀ ଲିପ୍ସା ମହାନ୍ତି ଓ ଯୁବ ନେତା ବିଶ୍ୱରଞ୍ଜନ ଦାସ ଉପସ୍ଥିତ ରହିବା କୁନି କୁନି ପିଲା ମାନଙ୍କୁ ଶିକ୍ଷା କ୍ଷେତ୍ରରେ କାର୍ଯ୍ୟ କରିବାକୁ ଉତ୍ସାହିତ କରିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସଙ୍ଗଠନ ତରଫରୁ ଦୀର୍ଘ ଦିନ ଧରି ଦେୟ ମୁକ୍ତ ଶିକ୍ଷା ପ୍ରଦାନ କରାଯାଇଛି ।