ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ରାମାୟଣରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ବନବାସ ପରେ ମାତା ସୀତାଙ୍କ ଅପହରଣ ଏବଂ ପରେ ତାଙ୍କୁ ଖୋଜିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ବାନର ସେନା। ତେବେ ଏହି ପୋଷ୍ଟରେ ବାନର ସେନାରେ ଥିବା ବାନର ମାନେ ପ୍ରକୃତରେ ବାନର ନା ମଣିଷ ସେ ସମ୍ପର୍କରେ ଜାଣିବା….
ବାଲ୍ମୀକି ରାମାୟଣରେ ଏହି ବିବରଣୀ ସମ୍ପର୍କରେ ଉଲ୍ଲେଖ ରହିଛି ଏବଂ ବାନର ମାନେ ମଣିଷ ବୋଲି ବର୍ଣ୍ଣନା ରହିଛି। ଏହାର ଏକ ଉଦାହରଣ ହେଉଛି, ସୁଗ୍ରୀବ ଯେତେବେଳେ ଋଷିମୁଖ ପର୍ବତରେ ଥାଇ ରାମ -ଲକ୍ଷ୍ମଣଙ୍କୁ ଦେଖିଥିଲେ, ସୁଗ୍ରୀବ ଭାବିଥିଲେ ବୋଧହୁଏ ଦୁଇଜଣ ବାଳୀ ରାଜାଙ୍କ ଦ୍ୱାରା ପ୍ରେରିତ କୌଣସି ଗୁପ୍ତଚର। ସେହି ସମୟରେ ସୁଗ୍ରୀବ ତତ୍କ୍ଷଣାତ ହନୁମାନଙ୍କ ପାଖକୁ ଯାଇ କହିଥିଲେ, “ତୁମେ ତୁମର ପ୍ରକୃତ ରୂପ ଧାରଣ କରି ଖବର ସଂଗ୍ରହ କରି ଦେଖ, ଏହି ଦୁଇଜଣ ଆମର ମିତ୍ର ନା ରାଜା ବାଳୀଙ୍କର ଗୁପ୍ତଚର।”
ଉଲ୍ଲେଖ ରହିଛି ଯେ, ହନୁମାନ ଶ୍ରୀ ରାମଙ୍କ ପାଖକୁ ବ୍ରାହ୍ମଣ ରୂପ ଧାରଣ କରି ଯାଇଥିଲେ। ଏହି ତଥ୍ୟରୁ ସ୍ପଷ୍ଟ ହେଉଛି ଯେ, ହନୁମାନଙ୍କର ଯେଉଁ ପ୍ରକୃତ ରୂପ ଥିଲା ଏହା ମଣିଷ ରୂପ ହିଁ ଥିଲା। ଏହି ବିଷୟରେ କିଷ୍କିନ୍ଧ୍ୟା କାଣ୍ଡରେ ତୃତୀୟ ସର୍ଗ, ଦ୍ଵିତୀୟ ଶ୍ଳୋକରେ ଲିପିବଦ୍ଧ ହୋଇ ରହିଛି ଯେ,
“କପି ରୂପମ ପରିତ୍ୟଜ, ପ୍ରାକୃତେନେବା ଗତ୍ୱା। ”
ଏହି ଶ୍ଳୋକର ଅର୍ଥ, ହନୁମାନ ନିଜର କପି ଅର୍ଥାତ ବାନର ରୂପ ତ୍ୟାଗ କରି, ପ୍ରକୃତ ରୂପ ବା ମଣିଷ ରୂପ ଧାରଣ କରିଥିଲେ।