ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ସ୍ନାତକୋତର ଉପାଧି ପରେ ଏମଫିଲ – ମାଷ୍ଟର ଅଫ ଫିଲୋସଫି ଉପାଧି ମର୍ଯ୍ୟାଦାପୂର୍ଣ୍ଣ ବୋଲି ବିବେଚନା କରାଯାଏ। କିନ୍ତୁ ବର୍ତ୍ତମାନ ହଟିଯାଇଛି ଏମଫିଲ ସହ ଜଡିତ ମର୍ଯ୍ୟାଦା। ପୂର୍ବରୁ ୟୁଜିସି ପକ୍ଷରୁ ଏମଫିଲକୁ ନେଇ ସତର୍କତାମୂଳକ ଚିଠି ଦିଆଯାଇଥିଲେ ମଧ୍ୟ ଅନେକ ବିଶ୍ବବିଦ୍ୟାଳୟରେ ଏମଫିଲ ପାଠ୍ୟକ୍ରମ ପାଇଁ ଆବେଦନ ଗ୍ରହଣ କରାଯାଉଥିବା ଘଟଣା ସାମ୍ନାକୁ ଆସିଛି। ଆଜି ୟୁଜିସି ପକ୍ଷରୁ ଜାରି ହୋଇଥିବା ଵିଜ୍ଞପ୍ତିରେ ପ୍ରକାଶ ଅଛି ଯେ, ସ୍ନାତ୍ତକୋତ୍ତର ପରେ ଏମଫିଲ ଏକ ସ୍ୱୀକୃତି ପ୍ରାପ୍ତ ପାଠ୍ୟକ୍ରମ ନୁହେଁ। କୌଣସି ପାର୍ଥି ଏଥିରେ ନାମ ଲେଖିବେ ନାହିଁ । କିମ୍ବା କୌଣସି କଲେଜ ବା ବିଶ୍ୱବିଦ୍ୟାଳୟରେ ଏହି ପାଠ୍ୟକ୍ରମ ନରହିବା ସହ ଆବେଦନ ଗ୍ରହଣ କରାଯିବ ନାହିଁ।