ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଭାରତୀୟ କୁସ୍ତି ଖେଳାଳି ଭିନେଶ ଫୋଗଟ ଦେଶର ପ୍ରଧାନମନ୍ତ୍ରୀ ଙ୍କୁ ଲେଖିଛନ୍ତି ଚିଠି। ସେଥିରେ ସିଧାସଳଖ ସେ ଜଣାଇଛନ୍ତି ଯେ, ବ୍ରିଜ ଭୂଷଣ ଶରଣ ସିଂ-Loyalist ଓ ସଞ୍ଜୟ ସିଂ ଡବ୍ଲୁଏଫଆଇର ସଭାପତି ଭାବରେ ନିର୍ବାଚିତ ହେବା ପରେ ସେ ତାଙ୍କ ଜାତୀୟ ପୁରସ୍କାର ଫେରାଉଛନ୍ତି।
ସେପଟେ ଅନ୍ୟ ତିନ ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତି ପ୍ରାପ୍ତ କୁସ୍ତି ଖେଳାଳିଙ୍କ ପରି ଏସୀୟ ଏବଂ କମନୱେଲଥ ଗେମ୍ସର ସ୍ୱର୍ଣ୍ଣ ପଦକ ବିଜେତା ଭିନେଶ ଫୋଗଟ ମଧ୍ୟ ତାଙ୍କ ଦ୍ୱାରା ପ୍ରାପ୍ତ ସମସ୍ତ ସମ୍ମାନ ଏବଂ ପୁରସ୍କାର ଫେରସ୍ତ କରିବାକୁ ନିଷ୍ପତ୍ତି ନେଇଥିଲେ।
ପୂର୍ବରୁ ଫୋଗଟ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ‘X’ ରେ ଏନେଇ ସମ୍ୟକ ସୂଚନା ଦେଇଥିଲେ। ଯେଉଁଥିରେ ସ୍ପଷ୍ଟ ଲେଖାଥିଲା ଯେ, ଲେଖାଥିଲା, “ମୁଁ ମୋର ମେଜର ଧ୍ୟାନ ଚାନ୍ଦ ଖେଲ ରତ୍ନ ଏବଂ ଅର୍ଜୁନ ପୁରସ୍କାର ଫେରସ୍ତ କରୁଛି। ଆମକୁ ଏହି ଅବସ୍ଥାକୁ ଆଣିଥିବାରୁ ଭଗବାନଙ୍କୁ ଅଶେଷ ଧନ୍ୟବାଦ। ”