ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଶ୍ୟାମଳ ରଙ୍ଗର ମହିଳା ମାନଙ୍କୁ ବିଭିନ୍ନ ସମୟରେ ଅନେକ ଲୋକଙ୍କ ଦ୍ୱାରା କଟାକ୍ଷର ଶିକାର ହୋଇଥାନ୍ତି। ଏପରି କରିବା ଦ୍ୱାରା ଶ୍ୟାମଳ ତ୍ୱଚାର ମହିଳା ମାନଙ୍କୁ ମାନସିକ ଭାବେ ଆଘାତ ଲାଗିଥାଏ। ଏହାସହ ଜଣଙ୍କର ବ୍ୟକ୍ତିଗତ ତଥା ମୌଳିକ ସ୍ୱାଧୀନତାକୁ ପ୍ରଭାବିତ କରିଥାଏ। ସମାଜରେ ଏହି ମନଭାବକୁ ପରିବର୍ତ୍ତନ କରିବା ନିହାତି ଆବଶ୍ୟକ।
ତେବେ ଏନେଇ ଛତିଶଗଡ଼ ହାଇକୋର୍ଟ କହିଛନ୍ତି ଯେ, ସ୍ତ୍ରୀ ତ୍ୱଚାର ରଙ୍ଗକୁ ନେଇ ସ୍ୱାମୀ ଯଦି ଆକ୍ଷେପ କରନ୍ତି ତେବେ ତାହା ଅପରାଧ ଭାବେ ଗ୍ରହଣ କରାଯିବ।
ଏକ ବୈବାହିକ ମାମଲାର ଶୁଣାଣି ବେଳେ ମାନ୍ୟବର ହାଇକୋର୍ଟ ଏଭଳି ମନ୍ତବ୍ୟ। ଉକ୍ତ ଘଟଣାରେ ସ୍ତ୍ରୀ ଜଣଙ୍କ ଅଭିଯୋଗ କରିଥିଲେ ଯେ, ତାଙ୍କର ଶ୍ୟାମଳ ରଙ୍ଗ ହୋଇଥିବାରୁ ତାଙ୍କ ସ୍ୱାମୀ ତାଙ୍କୁ ନିର୍ଯାତନା ଦେଉଛନ୍ତି। ତେଣୁ ଚର୍ମ ରଙ୍ଗ ଉପରେ ଆଧାରିତ ଭେଦଭାବକୁ ଦୂର କରିବା ପାଇଁ ଏକ ସାମାଜିକ ପରିବର୍ତ୍ତନର ଆବଶ୍ୟକତା ଉପରେ କୋର୍ଟ ଗୁରୁତ୍ୱାରୋପ କରିଥିଲେ। ଯଦି ସ୍ୱାମୀ ସ୍ତ୍ରୀଙ୍କ ତ୍ୱଚାର ରଙ୍ଗ ଉପରେ ଆକ୍ଷେପ କରି କୌଣସି ମନ୍ତବ୍ୟ ଦିଅନ୍ତି ତେବେ ତାହା ଏକ ଅପରାଧ ବୋଲି ସିଦ୍ଧ ହେବ।