ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର :ଚୂଡାନ୍ତ ପର୍ଯ୍ୟାୟରେ ପହଁଚିଲା ବର୍ଷା ଅନୁଭବ ବିବାଦ। କୋର୍ଟ ଶୁଣାଣି ସାଙ୍ଗକୁ ସମ୍ପର୍କରେ ପଡିଲା ପୂର୍ଣ୍ଣଛେଦ। ହୋଇପାରିବ ବର୍ଷା ଅନୁଭବଙ୍କ ଡିଭୋର୍ସ। ୨୦୨୦ରୁ ଦୀର୍ଘ ଦିନର ମକଦ୍ଧମା ପରେ ହେଲା ଶୁଣାଣି। ପୂର୍ବରୁ ତଳ କୋର୍ଟ ଏହି ବିବାହ ବିଛେଦକୁ ଖାରଜ କରିଥିବା ବେଳେ କୋର୍ଟର ନିଷ୍ପତିକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯାଇଥିଲେ ଅନୁଭବ। ଶେଷରେ ଅନୁଭବଙ୍କ ଆବେଦନ ଗ୍ରହଣ କରି ଡିଭୋର୍ସ ପାଇଁ ହାଇକୋର୍ଟ ଦେଲେ ଅନୁମତି।