ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର : କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୁଧବାର କୋଭିଡ ବୈଠକ ହେବ। କେନ୍ଦ୍ର ସରକାର ସବୁ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ବୈଠକ କରିବେ ଓ କୋଭିଡ ସ୍ଥିତି ସମୀକ୍ଷା କରିବେ। କେରଳ ଓ କର୍ଣ୍ଣାଟକରେ ସଂକ୍ରମଣ ଧୀରେ ଧୀରେ ବଢିବା ପରେ ଗାଇଡଲାଇନ ଜାରି କରାଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ବୈଷୟିକ କମିଟି ଏନେଇ ଆଲୋଚନା କରିଛନ୍ତି।
ଏବେ ବି ସର୍ଭେଲାନ୍ସ ଜାରି ରହିଛି। ଆବଶ୍ୟକ ପଡିଲେ, ରାଜ୍ୟରେ ଜାରି ଗାଇଡଲାଇନ ହୋଇପାରେ। ଥଣ୍ଡା କାଶ ଜ୍ଵର ଅଧିକ ଦିନ ପର୍ଯ୍ୟନ୍ତ ଲାଗି ରହିଲେ ପୂର୍ବ ଭଳି କୋଭିଡ ଟେଷ୍ଟ କରାଯିବ। ଏଯାବତ ରାଜ୍ୟରେ ନୂଆ ଭାରିଏଣ୍ଟ ଚିହ୍ନଟ ହୋଇନାହିଁ। ଆଗାମୀ ଦିନରେ ଚିହ୍ନଟ ହେଲେ ଜିନୋମ ସିକ୍ୱେନ୍ସ ପାଇଁ ପଠାଯିବ। ବର୍ତ୍ତମାନ ସୁଦ୍ଧା ଏହି ନୂଆ ଭାରିଏଣ୍ଟରେ ଗୁରୁତର ହେବାର କୌଣସି ସୂଚନା ନାହିଁ। ତଥାପି ଜାରି ରହିଛି ସର୍ଭେଲାନ୍ସ। କେନ୍ଦ୍ରର ଗାଇଡଲାଇନ୍ ଅନୁଯାୟୀ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି। ଯଥେଷ୍ଟ ପରିମାଣ ଟେଷ୍ଟ କିଟ୍ ରହିଛି। ସ୍ୱାସ୍ଥ୍ୟ ବିଭାଗ ଅପିଲ କରିଛି ଯେ, କୌଣସି ସିମଟମ୍ ରହିଲେ , ଲୋକ ମାନେ ଟେଷ୍ଟ କରନ୍ତୁ। ମ୍ୟାନପାୱାର, ବେଡ୍, ଔଷଧ ସହ ସମସ୍ତ ପ୍ରକାର ପ୍ରସ୍ତୁତି ସ୍ୱାସ୍ଥ୍ୟ ବିଭାଗ କରିଛି। ଯେଉଁମାନଙ୍କୁ ଥଣ୍ଡା, କାଶ ରହୁଛି ସେମାନେ କୋଭିଡ୍ ନିୟମ ପାଳନ କରିବାକୁ ସ୍ୱାସ୍ଥ୍ୟ ବିଭାଗ କହିଛି।