ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର : ତାମିଲନାଡୁରେ ଥମୁନି ବର୍ଷା ବିତ୍ପାତହେବ ସହ ଅଧିକାଂଶ ଜିଲ୍ଲାରେ ଲଗାତାର ବର୍ଷା ଜାରି। କନ୍ୟାକୁମାରୀ ସମେତ ଅନ୍ୟାନ୍ୟ ସ୍ଥାନରେ ବର୍ଷା ବିତ୍ପାତ ଯୋଗୁ ଜନଜୀବନ ହୋଇଛି ଅସ୍ତବ୍ୟସ୍ତ। ସେପଟେ ଆଜି ବି ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ୪୦ରୁ ଅଧିକ ନଦୀ ଓ ହ୍ରଦରେ ବନ୍ୟା ଜଳ ପ୍ରବାହିତ ହେବା ଯୋଗୁ ଲକ୍ଷାଧିକ ଲୋକ ବିପନ୍ନ ହୋଇଛନ୍ତି। ତିରୁନେଲଭେଲି, ତୁତିକୋରିନ, ଟେନକାସୀ ଏବଂ କନ୍ୟାକୁମାରୀ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି। ଶ୍ରୀବାଇକକୁନ୍ତମ ରେଳଷ୍ଟେସନରେ ଫସିଥିବା ୫୦୦ ଯାତ୍ରୀଙ୍କୁ ଗତକାଲି କରାଯାଇଥିଲା ଉଦ୍ଧାର। ଉଦ୍ଧାର ଲାଗି ୩ ସେନାର ସହାୟତା ମାଗିଛି ତାମିଲନାଡୁ। ଫସି ରହିଥିବା ଲୋକଙ୍କୁ ହେଲିକପ୍ଟରରୁ ଖାଦ୍ୟ ପ୍ୟାକେଟ୍ ପକାଯାଇଛି। ସ୍କୁଲ, କଲେଜ, ବ୍ୟାଙ୍କ ଓ ଘରୋଇ ପ୍ରତିଷ୍ଠାନ ଗୁଡିକୁ ଛୁଟି କରି ଦିଆଯାଇଛି। ଅନେକ ସ୍ଥାନରେ ପ୍ରାୟ ୩ ଫୁଟରୁ ଅଧିକ ଉଚ୍ଚରେ ପାଣି ଚାଲୁଛି। ତିରୁନିଭେଲି, ଥୁଟିକୁଡ଼ି ଏବଂ କନ୍ୟାକୁମାରୀରେ ସ୍ଥିତି ଗମ୍ଭୀର ରହିଛି। ସ୍ଥିତିର ସମୀକ୍ଷା ଲାଗି ବରିଷ୍ଠ ଅଧିକାରୀଙ୍କ ସହ କିଛି ମନ୍ତ୍ରୀଙ୍କୁ ନିୟୋଜିତ କରିଛନ୍ତି ମୁଖ୍ୟମନ୍ତ୍ରୀ। ଉଦ୍ଧାରକାର୍ଯ୍ୟ ଲାଗି ରିଲିଫ୍ ବୋଟ୍ ପ୍ରସ୍ତୁତ ରହିଛି। ମୋଟ ୧୭ଟି ଟିମ ମୁତୟନ ହୋଇଛନ୍ତି। ଏନଡିଆରଏଫର ୪୨୫ ଯବାନ ମୁତୟନ ହୋଇଛନ୍ତି।