ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର : ଧନୁ ସଂକ୍ରାନ୍ତି ପାଇଁ ଶ୍ରୀମନ୍ଦିରରେ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା। ଧନୁ ସଂକ୍ରାନ୍ତିକୁ ଅନେକ ଲୋକ ମୁଆଁ ସଂକ୍ରାନ୍ତି ମଧ୍ୟ କହିଥାନ୍ତି। ଆଜିର ଦିନରେ ଠାକୁରଙ୍କ ପାଖରେ ଧନୁ ମୁଆଁ ଭୋଗ ଲାଗି ହୁଏ। ଏହି ଦିନ ଶ୍ରୀଜଗନ୍ନାଥଙ୍କ ପାଖରେ ପହିଲି ଭୋଗ ଆରମ୍ଭ ହୋଇ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଚାଲିଥାଏ। ପୌଷ ମାସର ପବିତ୍ରତା ଯୋଗୁଁ ପୁଷ୍ୟାଭିଷେକ ପାଳିତ ହୋଇଥାଏ। ଧନୁ ସଂକ୍ରାନ୍ତିରେ ଲିଙ୍ଗରାଜ ମନ୍ଦିରରେ ଲାଗିଛି ଭକ୍ତଙ୍କ ଗହଳି। ସକାଳୁ ସକାଳୁ ଭୋଳାଶଙ୍କରଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ଆଜିଠୁ ମହାପ୍ରଭୁ ଲିଙ୍ଗରାଜଙ୍କର ରହିଛି ସ୍ୱତନ୍ତ୍ର ନୀତିକାନ୍ତି। ବର୍ଷକେ୧୧ ମାସ ସୁଖିଲା ଭୋଗ ଭାବେ କୋରା ଖଇ ଭୋଗ ହେଉଥିବା ବେଳେ ଧନୁ ସଂକ୍ରାନ୍ତି ରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଏକ ମାସ ଧରି ଲିଙ୍ଗରାଜଙ୍କ ପାଖରେ ଧନୁ ମୁଆଁ ଭୋଗ ଲାଗି ହେବ। ସେହିପରି ଓଡ଼ିଶାର ବ୍ରହ୍ମପୁର ସହରରେ ଧନୁମୁଆଁର ଚାହିଦା ବେଶ ରହିଛି।