ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଜାମ୍ମୁ କାଶ୍ମିର ଧାରା ୩୭୦ ଉଛେଦ ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟ ରୁ ଆସିଛି ଏକ ଐତିହାସିକ ରାୟ। ସୁପ୍ରିମ କୋର୍ଟ କହିଛନ୍ତି ଯେ, ଭାରତ ରେ କେବଳ ଭାରତର ହିଁ ସମ୍ବିଧାନ ଲାଗୁ କରାଯିବା ଅନ୍ୟ କୌଣସି ସମ୍ବିଧାନ ଲାଗୁ କରାଯିବ ନାହିଁ ଏବଂ ଏହି ପ୍ରସଙ୍ଗରେ ସରକାରଙ୍କ ନିଷ୍ପତି ସଠିକ ଦର୍ଶାଇ ନିର୍ଦେଶ ଦେଇଛନ୍ତି। ଆସନ୍ତା ୩୦ ସେପ୍ଟେମ୍ବର ୨୦୨୪ସୁଦ୍ଧା ଜାମ୍ମୁ କାଶ୍ମୀରରେ ନିର୍ବାଚନ କରାଇବା ସହିତ ଜାମ୍ମୁ କାଶ୍ମୀରକୁ ଏକ ରାଜ୍ୟର ମାନ୍ୟତା ମିଳିବ ଏବଂ ଲଦାଖ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ସ୍ତିତି ବଜାୟ ରଖିବ।
୨୦୧୯ ରେ ଧାରା ୩୭୦ ଉଛେଦ ପ୍ରସଙ୍ଗରେ ବିରୋଧ କରି ସୁପ୍ରିମ କୋର୍ଟ ବିଭିନ୍ନ ଉପାୟରେ ଆବେଦନ ଦାଖଲ ହୋଇଥିଲା। ଏହାକୁ ବିଚାର କରି ଜଷ୍ଟିସ ଡି.ୱାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ୫ ଜଣିଆ ଖଣ୍ଡପିଠ ମାମଲାର ରାଏ ପ୍ରକାଶ କରିଛନ୍ତି।
୩୭୦ ଧାରା ବିପକ୍ଷ ରେ ବରିଷ୍ଠ ଆଇନ ଜୀବି କପିଲ ଶିବଲ, ଗୋପାଳ ସୁବ୍ରମଣ୍ୟମ, ରାଜୀବ ଧାୱନ, ଜାଫର ସାହ ,ଦୁଷ୍ୟନ୍ତ ଦେବ ନିଜ ପକ୍ଷ ରଖିଥିଲେ। ସେପଟେ ଆଟର୍ଣ୍ଣିଙ୍ଗ ଜେନେରାଲ ଆର. ଭେଙ୍କଟରମଣୀ, ସଲସିତାର ଜେନେରାଲ ତୁଷାର ମେହେଟା,ବରିଷ୍ଠ ଆଇନ ଜୀବି ହରିଶ ସାଲାଭେ,ରାକେଶ ଦ୍ୱିବେଦୀ କେନ୍ଦ୍ର ସରକାରଙ୍କ ପକ୍ଷ ରଖି ୩୭୦ ଧାରା ହଟାଯିବ ନିଷ୍ପତି ଉଚିତ ଥିଲା ବୋଲି ଦର୍ଶାଇଥିଲେ।
ସେପଟେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି ଯେ ଜାମ୍ମୁ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳର ନିର୍ବାଚନ ସମ୍ପର୍କିତ ନିଷ୍ପତି ସୁରକ୍ଷା ପରିସ୍ଥିତି ଏବଂ ଅନ୍ୟାନ୍ୟ କାରଣରୁ ଦୁଷ୍ଟିରେ ରଖି ନିଆଯିବ। କିନ୍ତୁ ଜାମ୍ମୁ କାଶ୍ମୀରରେ ନିର୍ବାଚନ ପ୍ରସଙ୍ଗରେ ନିର୍ବାଚନ ଆୟୋଗ ଅବହେଳା କରୁଥିବା ନେଇ ଅଭିଯୋଗ ହେଉଥିଲା, ତାହା ଉପରେ ରୋକ ଲାଗିଛି। କାରଣ ସୁପ୍ରିମ କୋର୍ଟଙ୍କ ନିଷ୍ପତି ପରେ ଏବେ ଏହି ପ୍ରକ୍ରିୟା ତ୍ୱରାନ୍ୱିତ ହେବ ବୋଲି ଜଣାପଡିଛି।