ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଆଜିଠୁ ଶପଥ ନେଲେ ରେବନ୍ତ ରେଡ୍ଡୀ। ତେଲେଙ୍ଗାନାରେ ନବ ମୁଖ୍ୟମନ୍ତ୍ରୀ ହେଲେ ରେବନ୍ତ ରେଡ୍ଡୀ। ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ମଲ୍ଲୀକାର୍ଜୁନ ଖଡ଼ଗେଙ୍କ ଉପସ୍ଥିତିରେ ଶପଥ ନେବେ ନୂଆ ଚେହେରା ରେବନ୍ତ। ତେଲେଙ୍ଗାନାରେ କଂଗ୍ରେସର ବିଜୟ ପରେ ନବ ମୁଖ୍ୟମନ୍ତ୍ରୀ ରେବନ୍ତ। ତେଲେଙ୍ଗାନା ଜନତା ବିଆରଏସ କୁ ପଛରେ ପକାଇ କଂଗ୍ରେସକୁ ଶିଖରରେ ରଖିଲେ। ଆଜିଠୁ ତେଲେଙ୍ଗାନାରେ ଦେଖିବାକୁ ମିଳିବ ରେବନ୍ତ ରାଜ। ଏବିଭିପିରୁ ରାଜନୀତି କ୍ୟାରିଅର ଆରମ୍ଭ କରି ବର୍ତ୍ତମାନ ସ୍ଥିତିରେ କଂଗ୍ରେସରୁ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ। ତେଲେଙ୍ଗାନା ରାଜ୍ୟପାଳ ତାମିଲିସାଇ ସୌନ୍ଦରରାଜନ ଶପଥ ପାଠ କରାଇଲେ।