ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଓଡ଼ିଶାରେ ଗଡ଼ିବ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍। ପୂର୍ବ ରେଳପଥ ପକ୍ଷରୁ ଦାଖଲ ପ୍ରସ୍ତାବରୁ ହସ୍ତଗତ ସୂଚନା ଅନୁସାରେ ପୁରୀ-ଆସାନସୋଲ ମଧ୍ୟରେ ଦୂରତା ୬୦୧ କିମି ଏବଂ ଏହି ରୁଟ୍ରେ ସପ୍ତାହକୁ ୬ ଦିନ (ସୋମବାରରୁ ଶନିବାର) ବନ୍ଦେ ଭାରତ ଗଡ଼ିବ। ଯାତ୍ରା ସମୟ ୭ ଘଣ୍ଟା ୫୫ ମିନିଟ୍ ରହିବ।
ପୁରୀ-ଆସାନସୋଲ ମଧ୍ୟରେ ଏହି ଟ୍ରେନ୍ ଭୁବନେଶ୍ୱର, କଟକ, ବାଲେଶ୍ୱର, ମେଦିନିପୁର, ବିଷ୍ଣୁପୁର, ବାଙ୍କୁରା, ଆଦ୍ରା ଷ୍ଟେସନରେ ରହଣି କରିବ। ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ମେ’ ମାସରେ ପୁରୀ-ହାୱଡ଼ା ଏବଂ ସେପ୍ଟେମ୍ବର ମାସରେ ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ୍ ଚଳାଚଳ ଆରମ୍ଭ ହୋଇଥିଲା। ପ୍ରସ୍ତାବିତ ପୁରୀ-ଆସାନସୋଲ ତୃତୀୟ ବନ୍ଦେ ଭାରତ ଭାବେ ଓଡ଼ିଶା ଦେଇ ଚଳାଚଳ କରିବ।