ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ନୂଆବର୍ଷରେ ନୂଆ ବସ ଟର୍ମିନାଲକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶୁକ୍ରବାର ଗ୍ରାଉଣ୍ଡକୁ ଯାଇ ନିର୍ମାଣ କାର୍ଯ୍ୟର ସ୍ଥିତି ପରଖିଛନ୍ତି 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି. କେ ପାଣ୍ଡିଆନ। ଯାତ୍ରୀ ବିଶ୍ରାମାଗାର, ପରିମଳ ବ୍ୟବସ୍ଥା, ବସ୍ ରହିବାକୁ ପର୍ଯ୍ୟାପ୍ତ ସ୍ଥାନ, ଆହାର କେନ୍ଦ୍ର, ବିଦ୍ୟୁତ ଓ ଶୌଚାଳୟ ବ୍ୟବସ୍ଥାର ସେ ଅନୁଧ୍ୟାନ କରିଛନ୍ତି। ନିର୍ମାଣ କାମର ସମୀକ୍ଷା କରିବା ସହ ଟର୍ମିନାଲ କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଭୁବନେଶ୍ବର ବରମୁଣ୍ଡା ବସ ଟର୍ମିନାଲ ପରିଦର୍ଶନ କରି ଅତିଶୀଘ୍ର କାମ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ। ପରିଦର୍ଶନ ବେଳେ ନିର୍ମାଣକାରୀ ସଂସ୍ଥା ସହ ଆଲୋଚନା କରିଛନ୍ତି ୫ଟି ଅଧ୍ୟକ୍ଷ। ଆଇଟି ଭିତ୍ତିଭୂମି, ଯାତ୍ରୀଙ୍କ ସୁବିଧା ସହ ସୃଜନଶୀଳ ପରିବେଶ ସୃଷ୍ଟିକୁ ଗୁରୁତ୍ବ ଦେଇଛନ୍ତି। ଯାତ୍ରୀଙ୍କ ପାଇଁ ପର୍ଯ୍ୟାପ୍ତ ସୁବିଧା ସୃଷ୍ଟି କରିବାକୁ ନିର୍ମାଣକାରୀ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି। ଯାତ୍ରୀ ବିଶ୍ରାମାଗାର, ସଠିକ ପରିମଳ ବ୍ୟବସ୍ଥା, ବସ ରହିବାକୁ ପର୍ଯ୍ୟାପ୍ତ ସ୍ଥାନ, ଆହାର କେନ୍ଦ୍ର, ବିଦ୍ୟୁତ ଓ ଶୌଚାଳୟ ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି ଭିକେ ପାଣ୍ଡିଆନ। ଏଥିସହ ଟ୍ୟାକ୍ସି ସଂଘ, ବସ ମାଲିକ ସଂଘ, OSRTCର ଅଧିକାରୀମାନଙ୍କୁ ନିର୍ମାଣ କାମରେ ସାମିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।