ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଆଜିଠୁ ସପ୍ତାହବ୍ୟାପୀ ପାଳନ ହେବ ଜିରୋ ଫାଟାଲିଟି ୱିକ ବା ମୃତ୍ୟୁ ଶୂନ୍ୟ ସପ୍ତାହ। ରାଜ୍ୟରେ ସଡ଼କ ଦୁର୍ଘଟଣା ଓ ତତଜନିତ ମୃତ୍ୟୁ ବଢ଼ି ଚାଲିଥିବାରୁ ଡିସେମ୍ବର ପ୍ରଥମ ସପ୍ତାହରେ ପାଳନ ହେଉଛି ଜିରୋ ଫାଟାଲିଟି ୱିକ। କିନ୍ତୁ ପ୍ରଥମ ଦିନରେ ହିଁ ମର୍ମନ୍ତୁଦ ଦୁର୍ଘଟଣା ଘଟି ଯାଇଛି। ଆଜି ଘଟଗାଁ ଯାଉଥିବା ସମୟରେ ଯେଉଁ ଦୁର୍ଘଟଣା ଘଟିଯାଇଛି ସେଥିରେ ୮ଜଣ ମୃତ୍ୟୁବରଣ କରିଛନ୍ତି।
ସେପଟେ ୮ ମୃତକଙ୍କ ପରିବାର ପାଇଁ ଅନୁକମ୍ପା ରାଶି ଘୋଷଣା କରାଯାଇଛି। ୩ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ୧୧ ଆହତଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।
ସୂଚନା ଅନୁସାରେ, ତାରିଣୀ ଦର୍ଶନ ଯିବା ସମୟରେ ଟ୍ରକ ପଛକୁ ଧକ୍କା ଦେଇଥିଲା ଟ୍ରାଭେଲର। ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଗୁରୁତର ଆହତ ହୋଇଛନ୍ତି। ତାରିଣୀ ଦର୍ଶନ ପାଇଁ ଦିଗପହଣ୍ଡି ପୋଡାମାରିରୁ ଆସିଥିଲେ ୧୭ ଜଣ। ହେଲେ ଅଧା ବାଟରେ ଛକି ବସିଥିଲା ମୃତ୍ୟୁ। ଗୁରୁତର ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି।