ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର ; ଗାରିମା ଫେରିପାଇଲା, ଉତ୍କଳ ବିଶ୍ୱବିଦ୍ୟାଳୟ । ଗତ କିଛିଦିନ ତଳେ NAAC ଟିମ ସର୍ଭେ ସମୟରେ ବିଶ୍ୱବିଦ୍ୟାଳୟର ମାନ୍ୟତା A+ ରୁ ଖସି A ଗ୍ରେଡ଼ କୁ ଆସିଥିଲା । ୨୦୨୩ ରେ ୩ ପଏଣ୍ଟ ୧୬ ସ୍କୋର ସହିତ ଉତ୍କଳ ବିଶ୍ୱବିଦ୍ୟାଳୟକୁ A ଗ୍ରେଡ଼ ମାନ୍ୟତା ମିଳିଥିଲା । ୨୦୧୬ ରେ ୩ ପଏଣ୍ଟ ୫୩ ସ୍କୋର ସହିତ A+ ମାନ୍ୟତା ପାଇଥିଲା ଉତ୍କଳ ବିଶ୍ୱବିଦ୍ୟାଳୟ । ସେବେଠାରୁ NAAC ଟିମ ର ଅନୁଧ୍ୟାନ ଓ ସର୍ଭେ ଜାରିରହିଥିଲା, ଖୁସିର କଥା ଏବେ ପୁଣି NAAC ଗ୍ରେଡ଼ ତାଲିକାରେ A+ ମାନ୍ୟତା ଫେରିପାଇଛି ଉତ୍କଳ ବିଶ୍ୱବିଦ୍ୟାଳୟ । ବିଶ୍ୱବିଦ୍ୟାଳୟ କୁଳପତି ସବିତା ଆଚାର୍ଯ୍ୟ ଖୁସି ବ୍ୟକ୍ତ କରିବା ସହିତ, ବିଶ୍ୱବିଦ୍ୟାଳୟର କତ୍ତୃପକ୍ଷ ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଉଠିଛି ।
ରିପୋର୍ଟ ; ସ୍ମୃତିରେଖା