ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଦକ୍ଷିଣ ପୂର୍ବ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ଅଣ୍ଡାମାନ ସାଗର ନିକଟରେ ରହିଥିବା ଲଘୁଚାପ କ୍ଷେତ୍ରରେ ସୃଷ୍ଟି ହୋଇଛି ଲଘୁଚାପ। ଆଜି ଏହା ଅବପତ୍ର ରୂପ ନେବା ସମ୍ଭାବନା ରହିଛି। ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଏହି ୭ ଜିଲ୍ଲାକୁ ରହିଛି ବାତ୍ୟା ଭୟ।
କ୍ରମଶଃ ଉତ୍ତର ପଶ୍ଚିମ ଦିଗରେ ଗତି କରିବା ସମ୍ଭାବନା ରହିଛି। ଆସନ୍ତା ୪୮ଘଣ୍ଟାରେ ଏହା ବାତ୍ୟା ରେ ପରିଣତ ହୋଇପାରେ। ପ୍ରଭାବରେ ୨ତାରିଖରୁ ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଏହି ସମୟରେ ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ଆସନ୍ତକାଲିଠୁ ଗଭୀର ସମୁଦ୍ରକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି। ବାତ୍ୟା ରୂପ ନେବା ପରେ ଗତିପଥ ନେଇ ସ୍ପଷ୍ଟ ଚିତ୍ର ଆସିବ। ଫସଲ ସୁରକ୍ଷିତ ରଖିବା ନେଇ ଓୟୁଏଟି ଓ କୃଷି ନିର୍ଦ୍ଦେଶାଳୟ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି।