ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଆଜି ସରିଛି ଧର୍ମର ମାସ କାର୍ତ୍ତିକ ମାସ, ଆଜି ମାସକ ପରେ ଆମିଷ ଖାଇବେ ଲୋକେ । ଆଜି ମଙ୍ଗଳବାର ହେଇଥିବାରୁ ଆମିଷ ବଜାରରେ ଏତେଟା ଭିଡ଼ ନାହିଁ, କିନ୍ତୁ ଆସନ୍ତାକାଲି ବୁଧବାରରେ ଆମିଷ ବଜାରରେ ପ୍ରବଳ ଭିଡ ଜମିବ ଏବଂ ବେପାର ଭାରି ଭଲ ହେବ ବୋଲି ଆଶାବାନ୍ଧି ବସିଛନ୍ତି ବେପାରୀ । ମାଛ, ମାଂସ, କଙ୍କଡା, ଚିଙ୍ଗୁଡ଼ି, ଦେଶୀମାଛ, ଚୂନା ମାଛ ଆଦି ଘରକୁ କିଣି ନେଉଛନ୍ତି ଲୋକେ । ମାସକ ପରେ ସାରା ରାଜ୍ୟରେ ଆଜି ଆମିଷ ଖାଇ ଲୋକେ ଛାଡଖାଇ ପାଳନ କରିବାକୁ ଥିବାବେଳେ, ଆମିଷ ଦର ମଧ୍ୟ ସାମାନ୍ୟ ଅଧିକ ରହିଛି ।