ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଆଜି ତୁଳସୀ ବିବାହ। ଦିପାବଳୀର ୧୦ ଦିନ ପରେ ଦେବ ଉତ୍ଥାନ ଏକାଦଶୀ ପଡିଥାଏ l ଏହି ଏକାଦଶୀ ଦିନ ଠାରୁ ଭଗବାନ ବିଷ୍ଣୁ ଯୋଗ ନିଦ୍ରାରୁ ଉଠିଥାଆନ୍ତି l ଏହାପରେ ଭଗବାନ ବିଷ୍ଣୁଙ୍କର ବିବାହ ମା ବୃନ୍ଦାବତୀ ବା ତୁଳସୀଙ୍କ ସହିତ କରାଯାଇଥାଏ l କାର୍ତ୍ତିକ ମାସ ଦ୍ୱାଦଶୀ ତିଥି ଶୁକ୍ଲପକ୍ଷରେ ତୁଳସୀ ବିବାହ ଅନୁଷ୍ଠିତ ହୋଇଥାଏ l
ତୁଳସୀଙ୍କ ବିବାହ କରାଇବା ଦ୍ୱାରା ବିବାହ, ଧନ ସମ୍ବନ୍ଧୀୟ ସମସ୍ୟାର ସମାଧାନ ହୋଇଥାଏ l ଏହା ଆମେ ଜାଣିଛୁ ଯେ ଭଗବାନ ବିଷ୍ଣୁଙ୍କର ମା ଲକ୍ଷ୍ମୀ ପତ୍ନୀ ଅଟନ୍ତି l କିନ୍ତୁ କାହିଁକି କୁହାଯାଇ ଥାଏ ଯେ ଶ୍ରୀହରି ବିଷ୍ଣୁ ଓ ତୁଳସୀଙ୍କ ବିବାହ କରାଯାଇଥାଏ l
କ’ଣ ରହିଛି ପୌରାଣିକ କଥା :-
ପୌରାଣିକ କଥା ଅନୁସାରେ ପ୍ରାଚୀନ କାଳରେ ଜଳନ୍ଧର ନାମକ ଗୋଟିଏ ରାକ୍ଷସ ଥିଲା, ଯିଏ କି ଖୁବ ଶକ୍ତିଶାଳୀ ଥିଲା l ସେ ଶକ୍ତିଶାଳୀ ହେବାର କାରଣ ଥିଲା ତାର ପତ୍ନୀ ବୃନ୍ଦା l ଜଳନ୍ଧରର ପତ୍ନୀ ବୃନ୍ଦା ଖୁବ ପତିବ୍ରତା ଥିଲା ଫଳରେ ଜଳନ୍ଧରକୁ କେହି ପରାସ୍ତ କରିବା ସମ୍ଭବ ନଥିଲା l ଯେଉଁ କାରଣରୁ ଜଳନ୍ଧର ର ପ୍ରତାପ ଏତେ ବଢି ଯାଇଥିଲା ଯେ ଦେବତାଗଣ ତ୍ରାହି ତ୍ରାହି ଡାକିବାକୁ ଲାଗିଲେ l ଯେତେବେଳେ ଜଳନ୍ଧର ଯୁଦ୍ଧକୁ ଯାଉଥିଲା ବୃନ୍ଦା ଭଗବାନ ବିଷ୍ଣୁଙ୍କୁ ପୂଜା କରୁଥିଲା l ଭଗବନ୍ ବିଷ୍ଣୁ ତାର ସମସ୍ତ ମନସ୍କାମନା ପୂରଣ କରୁଥିଲେ l
ଶ୍ରୀହରୀ ଭଙ୍ଗ କରିଥିଲେ ବୃନ୍ଦାଙ୍କ ପତିବ୍ରତା – :
ଜଳନ୍ଧର ନିକଟରୁ ମୁକ୍ତି ପାଇବା ପାଇଁ ଦେବତା ଗଣ ବିଷ୍ଣୁଙ୍କ ନିକଟକୁ ଯାଇ ପ୍ରାର୍ଥନା କରିଥିଲେ l ଏହାର ସମାଧାନ ସ୍ୱରୂପ ଭାବରେ ବୃନ୍ଦାଙ୍କ ସତିତ୍ୱ ହରଣ ହେଲା ସମାଧାନର ରାସ୍ତା l ବୃନ୍ଦା ଙ୍କ ସତିତ୍ୱ ହରଣ ପାଇଁ ଶ୍ରୀହରୀ ଜଳନ୍ଧରର ରୂପ ଧାରଣ କରି ବୃନ୍ଦା ଙ୍କୁ ସ୍ପର୍ଶ କରିଥିଲେ l ପରିଣାମ ସ୍ୱରୂପ ବୃନ୍ଦାବତୀଙ୍କ ସତିତ୍ୱ ହରଣ ହୋଇଥିଲା ଓ ଜଳନ୍ଧର ର ଶକ୍ତି କ୍ଷୀଣ ହୋଇ ଯାଇଥିଲା l ଏବଂ ମହାଦେବ ଙ୍କ ସହିତ ଯୁଦ୍ଧରେ ଜଳନ୍ଧରର ମୃତ୍ୟୁ ହୋଇଥିଲା l
ବୃନ୍ଦା ଦେଇଥିଲେ ବିଷ୍ଣୁଙ୍କୁ ଅଭିଶାପ :-
ବୃନ୍ଦା ବିଷ୍ଣୁଙ୍କ ଭକ୍ତ ହୋଇଥିବା କାରଣରୁ ସେ ତୁରନ୍ତ ଏହି କଥା ଜାଣିପାରି ଥିଲା ଯେ ବିଷ୍ଣୁ ତା ସହିତ ଛଳନା କରିଛନ୍ତି ଓ ତାକୁ ଗଭୀର ଆଘାତ ଲାଗିଥିଲା l ଏବଂ ସେ ଶ୍ରୀହରୀଙ୍କୁ ଅଭିଶାପ ଦେଇଥିଲେ ଯେ ପଥର ହୋଇଯିବା ପାଇଁ ଭଗବାନ ବିଷ୍ଣୁ ମଧ୍ୟ ପଥର ହୋଇଯାଇଥିଲେ l ଏହାପରେ ମା ଲକ୍ଷ୍ମୀ ଶ୍ରୀହରିଙ୍କୁ ଅଭିଶାପରୁ ମୁକ୍ତ କରିବା ପାଇଁ ବୃନ୍ଦାଙ୍କୁ ପ୍ରାର୍ଥନା କରିଥିଲେ l
କାହିଁକି ହୋଇଥାଏ ଶାଳଗ୍ରାମ ଓ ମା ତୁଳସୀ ଙ୍କ ବିବାହ ?
ବୃନ୍ଦା ଭଗବାନ ବିଷ୍ଣୁଙ୍କୁ ଅଭିଶାପ ରୁ ମୁକ୍ତ କରିବା ପରେ ନିଜେ ଆତ୍ମ ଦାହ କରି ଦେଇଥିଲେ l ଯେଉଁଠି ବୃନ୍ଦା ଭସ୍ମ ହୋଇଯାଇଥିଲେ ସେଠାରେ ଗଛ ଉତ୍ପର୍ଣ୍ଣ ହୋଇଥିଲା l ଯାହାର ନାମ ଭଗବାନ ବିଷ୍ଣୁ ତୁଳସୀ ଦେଇଥିଲେ ଏବଂ କହିଥିଲେ ଶାଳଗ୍ରାମ ନାମକ ମୋର ଗୋଟିଏ ପଥର ରୂପ ଏହି ତୁଳସୀ ସହିତ ସର୍ବଦା ରହିବ l ଏହି କାରଣରୁ ପ୍ରତିବର୍ଷ ତୁଳସୀଙ୍କ ସହିତ ଶାଳଗ୍ରାମଙ୍କ ବିବାହ କରାଯାଇଥାଏ l